‘ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର’ ବର୍ଗରେ ‘ଦମନ’କୁ ଜାତୀୟ ପୁରସ୍କାର

Advertisment

୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ଜାତୀୟ ପୁରସ୍କାର ମିଳିଛି। ଦମନ ‘ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର’ଭାବେ ପୁରସ୍କୃତ ହୋଇଛି...

Updated On

୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ଜାତୀୟ ପୁରସ୍କାର ମିଳିଛି। ଦମନ ‘ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର’ଭାବେ ପୁରସ୍କୃତ ହୋଇଛି...

ଅଦ୍ୟତନ ହୋଇଛି
WhatsApp Image 2024-10-08 at 7.35.59 PM

ନୂଆଦିଲ୍ଲୀ: ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ଜାତୀୟ ପୁରସ୍କାର ମିଳିଛି। ଦମନ ‘ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର’ଭାବେ ପୁରସ୍କୃତ ହୋଇଛି। ଦିଲ୍ଲୀ ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ବିଭିନ୍ନ ବର୍ଗରେ ମନୋନୀତ ଫିଲ୍ମ, ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, ପ୍ରଚ୍ଛଦ କଣ୍ଠଶିଳ୍ପୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିଛନ୍ତି।

ଦମନ ଫିଲ୍ମ ପାଇଁ ଦମନର ପ୍ରଯୋଜକ ଦୀପେନ୍ଦ୍ର ସାମଲ  ଓ ଦୁଇ  ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ।

ସିନେମା ‘ଦମନ’ର କଥାବସ୍ତୁ ମ୍ୟାଲେରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଉପରେ ପର୍ଯ୍ୟବେସିତ। ଦୁର୍ଗମ ଅଞ୍ଚଳରେ ‘ଦମନ’ ନାମରେ ଏକ ଯୋଜନା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇ ସ୍ବତନ୍ତ୍ର ଭାବେ ମ୍ୟାଲେରିଆ ଶିବିର କରାଯାଇ ଏହାର ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଓଡ଼ିଆ ଫିଲ୍ମ ଦର୍ଶକଙ୍କୁ ବେଶ୍ ପ୍ରଭାବିତ ମଧ୍ୟ କରିଛି। 

ସୂଚନାଯୋଗ୍ୟ, ପୂର୍ବରୁ ଓଡ଼ିଶାର ରାଜ୍ୟ ସରକାର ଦମନକୁ ଟିକସମୁକ୍ତ କରିଥିଲେ। ଏହାର ମୁଖ୍ୟ ଚରିତ୍ରରେ ବାବୁସାନ ମହାନ୍ତି ଓ ଦ୍ୱୀପାନ୍ବିତ ଦାଶମହାପାତ୍ର ଅଭିନୟ କରିଛନ୍ତି।

୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ବଲିଉଡରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଭେଟେରାନ ହିନ୍ଦୀ ସିନେମା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି। 

ଏହା ସହିତ ଚଳିତ ବର୍ଷ କନ୍ନଡ ସୁପରଷ୍ଟାର ତଥା ନିର୍ଦ୍ଦେଶକ ଋଷଭ ଶେଟ୍ଟୀଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଅଭିନେତ୍ରୀ ଭାବେ  ନିତ୍ୟା ମେନେନ ଏବଂ ମାନସୀ ପାରେଖ ପୁରସ୍କାର ପାଇଛନ୍ତି।

୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ 'ଆଟ୍ଟମ' ଶ୍ରେଷ୍ଠ ଫିଚର୍ସ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। 'ଓଁଚାଇ' ପାଇଁ ସୁରଜ ବଡଜାତ୍ୟାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରିଯାଇଥିବାବେଳେ ସମାନ ଚଳଚ୍ଚିତ୍ର ପାଇଁ ନୀନା ଗୁପ୍ତାଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। 'ଫୌଜ'ରେ ତାଙ୍କ ଭୂମିକା ପାଇଁ ପୱନ ମଲହୋତ୍ରାଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର ମିଳିଛି।

ଏହା ବ୍ୟତୀତ ବେଷ୍ଟ ଏଣ୍ଟରଟେନିଂ ଫିଚର ଚଳଚ୍ଚିତ୍ର ପାଇଁ 'କାନ୍ତାରା' ଏବଂ ଶ୍ରେଷ୍ଠ ଆକ୍ସନ୍ ନିର୍ଦ୍ଦେଶନା ଏବଂ ଶ୍ରେଷ୍ଠ କନ୍ନଡ ଚଳଚ୍ଚିତ୍ର ପାଇଁ 'କେଜିଏଫ୍: ପାର୍ଟ ୨' ପୁରସ୍କୃତ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe