‘ପୁଷ୍କରା’କୁ ଜାତୀୟ ପୁରସ୍କାର: ଅନେକଙ୍କ ପାଇଁ ପ୍ରଥମ

Advertisment

୨୦୨୩ ବ‌ର୍ଷର ସର୍ବାଧିକ ଚର୍ଚ୍ଚିତ ଓଡ଼ିଆ ଛବି ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ରାଷ୍ଟ୍ରୀୟ ପୁରସ୍କାର ମିଳିବା ନିଶ୍ଚିତ ରୂପେ ଗର୍ବ ଓ ଗୌରବର ବିଷୟ। ତେବେ ଏହି ସିନେମା ସହିତ ଜଡ଼ିତ ଅନେକଙ୍କ ପାଇଁ ଏହା ପ୍ରଥମ ରାଷ୍ଟ୍ରୀୟ ପୁରସ୍କାର।

୨୦୨୩ ବ‌ର୍ଷର ସର୍ବାଧିକ ଚର୍ଚ୍ଚିତ ଓଡ଼ିଆ ଛବି ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ରାଷ୍ଟ୍ରୀୟ ପୁରସ୍କାର ମିଳିବା ନିଶ୍ଚିତ ରୂପେ ଗର୍ବ ଓ ଗୌରବର ବିଷୟ। ତେବେ ଏହି ସିନେମା ସହିତ ଜଡ଼ିତ ଅନେକଙ୍କ ପାଇଁ ଏହା ପ୍ରଥମ ରାଷ୍ଟ୍ରୀୟ ପୁରସ୍କାର।

dgdgvvccv

୨୦୨୩ ବ‌ର୍ଷର ସର୍ବାଧିକ ଚର୍ଚ୍ଚିତ ଓଡ଼ିଆ ଛବି ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ରାଷ୍ଟ୍ରୀୟ ପୁରସ୍କାର ମିଳିବା ନିଶ୍ଚିତ ରୂପେ ଗର୍ବ ଓ ଗୌରବର ବିଷୟ। ତେବେ ଏହି ସିନେମା ସହିତ ଜଡ଼ିତ ଅନେକଙ୍କ ପାଇଁ ଏହା ପ୍ରଥମ ରାଷ୍ଟ୍ରୀୟ ପୁରସ୍କାର। ପ୍ରଥମତଃ ‘ପୁଷ୍କରା’ର ପ୍ରଯୋଜକ ତରଙ୍ଗ ସିନେ ପ୍ରଡକ୍‌ସନ୍‌ସ ଓ ରମେଶ ବାରିକଙ୍କ ପାଇଁ ଏହା ପ୍ରଥମ ଜାତୀୟ ପୁରସ୍କାର। ଠିକ୍ ସେହିପରି ଏହାର ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାଶ ବି ନିଜ ନିର୍ଦ୍ଦେଶିତ ପ୍ରଥମ ଛବିକୁ ରାଷ୍ଟ୍ରୀୟ ପୁରସ୍କ‌ାରପ୍ରାପ୍ତ ଛବିର ମର୍ଯ୍ୟାଦା ଦେବାରେ ସଫଳ ହୋଇଛନ୍ତି।

ଏଣେ ଏହାର କାହାଣୀକାର ଓ ସଂଳାପକାର ଶଙ୍କର ତ୍ରିପାଠୀ ଏହି ସିନେମା ଜରିଆରେ ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଛବିର ଅଙ୍ଗ ହେବାର ଗୌରବ ଅର୍ଜନ କରିଛନ୍ତି। ଏହା ତାଙ୍କର ‘ନାଦବିନ୍ଦୁ’ ଉପନ୍ୟାସ ଉପରେ ଆଧାରିତ। ଠିକ୍ ସେହିପରି ଏହାର ଚିତ୍ରନାଟ୍ୟ ଲେଖକ ଦେବୀବତ୍ତ ମହାନ୍ତି, ଚିତ୍ତ ପଟ୍ଟନାୟକ ଓ ଜନ୍ମେଜୟ ସିଂହଙ୍କ ପାଇଁ ବି ପ୍ରଥମ। ତେଣେ ଏହାର ସଙ୍ଗୀତକାର ବିଭୂତି ଭୂଷଣ ଗଡ଼ନାୟକ ଓ ଗୀତିକାର ଦେବୀଦତ୍ତ ମହାନ୍ତିଙ୍କ ପାଇଁ ସମାନ କଥା ପ୍ରଯୁଜ୍ୟ। ‘ପୁଷ୍କରା’ର ନାୟକ ସବ୍ୟସାଚୀ ମିଶ୍ର, ନାୟିକା ସୁପ୍ରିୟା ମଧ୍ୟ କ୍ୟାରିଅର୍‌ରେ ପ୍ରଥମଥର ପାଇଁ ଏକ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ଛବିରେ ଅଭିନୟ କରି ଗୌରବାନ୍ବିତ ମନେକରିବା ସ୍ବାଭାବିକ। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥାହେଲା ଯେ ମହିଳା ସିନେମାଟୋଗ୍ରାଫର ଫଲ୍‌ଗୁ ଶତପଥୀଙ୍କର ପ୍ରଥମ ସିନେମା ବି ହେଲା ‘ପୁଷ୍କରା’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe