ପରପାରିରେ ଜଣାଶୁଣା ମେକ୍ଅପ୍ ଆର୍ଟିଷ୍ଟ: ଶୋକବ୍ୟକ୍ତ ଗଲେ ଉପମୁଖ୍ୟମନ୍ତ୍ରୀ

ଅମୀର ଖାନ ସୋସିଆଲ ମିଡିଆ ଜରିଆରେ  ଏକ ଭାବବିହ୍ବୋଳ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ବିକ୍ରମଙ୍କୁ ଗୁଡ଼ବାଏ କହିବା ଅତ୍ୟନ୍ତ କଷ୍ଟଦାୟକ। ଦାଦା ତୁମେ ସର୍ବଦା ମନେ ପଡ଼ିବ।

ପବନପବଦ

ନୂଆଦିଲ୍ଲୀ: ହିନ୍ଦୀ ସିନେମା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ମେକଅପ ଆର୍ଟିଷ୍ଟ ବିକ୍ରମ ଗାୟକୱାଦଙ୍କ ପରଲୋକ ହୋଇଛି।

ବିକ୍ରମ ଗାୟକୱାଦଙ୍କ ପରଲୋକ ଖବର ପାଇବା ପରେ ରାଜନେତାଙ୍କ ଠାରୁ ଆରମ୍ଭ କରି କଳାକାରମାନେ ଶୋକବ୍ୟକ୍ତ କରିଛନ୍ତି। ଅମୀର ଖାନ ସୋସିଆଲ ମିଡିଆ ଜରିଆରେ  ଏକ ଭାବବିହ୍ବୋଳ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ବିକ୍ରମଙ୍କୁ ଗୁଡ଼ବାଏ କହିବା ଅତ୍ୟନ୍ତ କଷ୍ଟଦାୟକ। ଦାଦା ତୁମେ ସର୍ବଦା ମନେ ପଡ଼ିବ।

ଦାଦାଙ୍କ ସହିତ କାମ କରିବା ମୋ ପାଇଁ ଏକ ସୌଭାଗ୍ୟ ଥିଲା ବୋଲି ମୁଁ କହିବି। ତାଙ୍କ କଳାରେ ଯାଦୁ ଥିଲା। ସେ ସମସ୍ତଙ୍କୁ ଖୁବ କମ ସମୟ ମଧ୍ୟରେ ଆପଣାର କରି ଦେଇଥାଆନ୍ତି।ତାଙ୍କ କାମରେ ଏତେ ନିଖୁଣତା ଥାଏ  ଯେ ସେ କୌଣସି କଳାକାରଙ୍କୁ ଭୂମିକା ଅନୁଯାୟୀ ବାସ୍ତବ ରୂପ ଦେଇଥାଆନ୍ତି। 

ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିକ୍ରମ ଗାୟକୱାଦଙ୍କ ପରଲୋକ ଖବର ପାଇବା ପରେ ଶୋକବ୍ୟକ୍ତ କରି କହିଛନ୍ତି,‘ ରୁପେଲି ପରଦାରେ ଭୂମିକାକୁ ଜୀବନ୍ତ ରୂପ ଦେଉଥିବା ଜାଦୁଗର ଚାଲିଗଲେ। ଏହି ଜାଦୁଗରଙ୍କ ସ୍ଥାନ ସର୍ବଦା ଅପୂରଣୀୟ ହୋଇ ରହିବ। ବିକ୍ରମ ୭ଥର ନ୍ୟାସନାଲ ଆୱାର୍ଡ ପ୍ରାପ୍ତ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe