ଅଟକିଲା ନୱାଜ୍‌ ଅଭିନୀତ ‘ଅଦ୍‌ଭୁତ’

Advertisment
ଅଟକିଲା ନୱାଜ୍‌ ଅଭିନୀତ ‘ଅଦ୍‌ଭୁତ’

bollywoodhungama.com

ସବୀର ଖାନ୍ ନିର୍ଦ୍ଦେଶିତ ଓ ନୱାଜୁଦ୍ଦିନ୍ ସିଦ୍ଦିକୀ ଅଭିନୀତ ବଲିଉଡ୍‌ର ନୂଆ ଚଳଚ୍ଚିତ୍ର ‘ଅଦ୍‌ଭୁତ’ ଆଧାବାଟରେ ଅଟକିଗଲା। କୋଭିଡ୍ କଟକଣା କୋହଳ ହେବାପରେ ଅନ୍ୟ କଳାକାରଙ୍କ ଭଳି ନୱାଜ୍ ମଧ୍ୟ କ୍ୟାମେରା ସାମ୍‌ନାକୁ ଆସିଥିଲେ। ଚଳିତ ମାସ ପ୍ରଥମ ସପ୍ତାହରୁ ଏଇ ଚଳଚ୍ଚିତ୍ର ସୁଟିଂ ସିମ୍‌ଲା ପରେ ମନାଲିରେ ଚାଲିଥିଲା। ହେଲେ ସେଠାରେ ଲଗାତାର ଭାବେ ବର୍ଷା ଲାଗିରହିଲା। ତେଣୁ ସୁଟିଂ ସ୍ଥଗିତ ରହିଛି। ଆଉ କିଛିଦିନ ପରେ ସୁଟିଂ ୟୁନିଟ୍ ହିମାଚଳ ପ୍ରଦେଶର ରେସର୍ଟ ଟାଉନରେ ପହଞ୍ଚିଥାନ୍ତା। କିନ୍ତୁ ବର୍ଷା ପାଇଁ ‘ଅଦଭୁତ’ର ନିର୍ଦ୍ଧାରିତ ସୁଟିଂ ସିଡ୍ୟୁଲ୍ ବିଗିଡ଼ିଯିବାର ସମ୍ଭାବନା ଦେଖାଦେଇଛି।

ସୁଟିଂସେଟ୍‌ରେ ତାଙ୍କର ସହ କଳାକାର ଡାଏନା ପେଣ୍ଟି, ଶ୍ରେୟା ଧନୱନ୍ତରାୟ ଏବଂ ରୋହନ ମେହରା ମଧ୍ୟ ମନସ୍ତାପରେ ବସିଛନ୍ତି। ଏକ ନ୍ୟୁଜ୍ ଟାବଲଏଡ୍‌କୁ ସାକ୍ଷାତକାର ଦେଇ ନିର୍ଦ୍ଦେଶକ ସବୀର କହିଛନ୍ତି- ଆମେ କ୍ଲାଇମେଟ୍‌ ସମ୍ପର୍କରେ ଆଲୋଚନା କରି ‌ସୁଟିଂଫ୍ଲୋରକୁ ଆସିଥିଲୁ। ହେଲେ ଏ ବର୍ଷା ଏତେ ଲମ୍ବା ସମୟ ଧରି ହେଉଛି ଯେ ଏହା ଆମକୁ ସମ୍ପୂର୍ଣ୍ଣ ନିରାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe