Advertisment

ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକିଙ୍କ ‘ଠାକ୍‌ରେ’ର କିଛି ଦୃଶ୍ୟକୁ ନେଇ ସିବିଏଫ୍‌ସିର ଆପତ୍ତି, ଦୃଶ୍ୟ ବଦଳାଇବା ପାଇଁ ସୁପାରିସ୍

Advertisment
ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକିଙ୍କ  ‘ଠାକ୍‌ରେ’ର କିଛି ଦୃଶ୍ୟକୁ ନେଇ ସିବିଏଫ୍‌ସିର ଆପତ୍ତି, ଦୃଶ୍ୟ ବଦଳାଇବା ପାଇଁ ସୁପାରିସ୍

ମୁମ୍ବାଇ: ଅଭିନେତା ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକି ୨୦୧୮ ମସିହାରେ ପାକିସ୍ତାନୀ ଲେଖକ ସଦତ୍‌ ହସନ ମଣ୍ଟୋଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇ ଅଭିନୟ କ୍ଷେତ୍ରରେ ଏକ ବିରଳ ଉଦାହରଣ ସାଜିବା ପରେ ଦିବଂଗତ  ଶିବ ସେନା ନେତା ବାଲାସାହବେ ଠାକ୍‌ରେଙ୍କ ଭୂମିକାରେ ତାଙ୍କ ବାୟୋପିକରେ ଦେଖିବାକୁ ମିଳିବେ। ଠାକ୍‌ରେଙ୍କ ବାୟୋପିକ୍‌କୁ ଲେଖିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଶିବସେନା ସାଂସଦ ସଞ୍ଜୟ ରାଉତ। ନଓ୍ଵାଜୁଦ୍ଦିନ୍ ଜଣେ ଦକ୍ଷ ଅଭିନେତା ହୋଇଥିବା ହେତୁ ସେ ଏହି ନେତାଙ୍କ ଚରିତ୍ରକୁ ଉଚିତ ନ୍ୟାୟ ପ୍ରଦାନ କରିବେ ବୋଲି ଦର୍ଶକଙ୍କ ଆଶା ରହିଛି।

publive-image

ବୁଧବାର ନଓ୍ଵାଜଙ୍କ ‘ଠାକ୍‌ରେ’ ଚଳଚ୍ଚିତ୍ରର ଟ୍ରେଲର୍‌ ଲଞ୍ଚ ହେବାର ଥିଲା। ମାତ୍ର ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଟ୍‌(ସିବିଏଫ୍‌ସି) ପକ୍ଷରୁ ଚଳଚ୍ଚିତ୍ରରେ ରହିଥିବା ୩ଟି ଦୃଶ୍ୟ ଓ ୨ଟି ସଂଳାପକୁ ନେଇ ଆପତ୍ତି ହୋଇଛି। ଚଳଚ୍ଚିତ୍ରରେ ବାବ୍‌ରି ମସ୍‌ଜିଦ୍‌ ସଂପର୍କରେ ରହିଥିବା ଏକ ଦୃଶ୍ୟକୁ ନେଇ ହୋଇଛି ପ୍ରଥମ ଆପତ୍ତି। ସଂଳାପ ‘ୟାଣ୍ଡୁ ଗୁଣ୍ଡୁ’କୁ ନେଇ ହୋଇଛି ଦ୍ୱିତୀୟ ଆପତ୍ତି। କାହିଁକି ନା, ଏହି ସଂଳାପ ମୁମ୍ବାଇରେ ରହୁଥିବା ଦକ୍ଷିଣ ଭାରତୀୟଙ୍କ ବିରୋଧୀ ସଂଳାପ ବୋଲି ଅଭିଯୋଗ ହୋଇଛି। ତୃତୀୟରେ ଚଳଚ୍ଚିତ୍ରରେ କିଛି ଆପତ୍ତିଜନକ ଶବ୍ଦ ବ୍ୟବହୃତ ହୋଇଥିବା ସିବିଏଫ୍‌ସି ପକ୍ଷରୁ ଅଭିଯୋଗ ହୋଇଛି। ଏହି ସବୁ ଦୃଶ୍ୟକୁ ଚଳଚ୍ଚିତ୍ରକୁ କାଟିବାକୁ କିମ୍ବା ବଦଳାଇବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe