ଛାଡ଼ପତ୍ର ଆବେଦନ ପରେ ନୱାଜୁଦ୍ଦିନଙ୍କ ପରିବାର ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ପତ୍ନୀ ଆଲିଆ

ଛାଡ଼ପତ୍ର ଆବେଦନ ପରେ ନୱାଜୁଦ୍ଦିନଙ୍କ ପରିବାର ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ପତ୍ନୀ ଆଲିଆ

India TV

ମୁମ୍ବାଇ: ବଲିଉଡ୍‌ ଅଭିନେତା ନୱାଜୁଦ୍ଦିନ ସିଦ୍ଦିିକି‌ଙ୍କୁ ତାଙ୍କ ପତ୍ନୀ ଛାଡ଼ପତ୍ର ଦେବାକୁ ଚାହାନ୍ତି ବୋଲି ନିକଟରେ ଖବର ପ୍ରକାଶ ପାଇ ସାରିଛି। ଏବେ ଆଉ ଏକ ରୋଚକ ତଥ୍ୟ ହସ୍ତଗତ ହୋଇଛି।  ନୱାଜଙ୍କ ପତ୍ନୀ ଆଲିଆ ଅଭିଯୋଗ ଆଣି କହିଛନ୍ତି ଯେ ନୱାଜୁଦ୍ଦିନଙ୍କ ଭାଇ ସମାସ ସିଦ୍ଦିିକି ଦ୍ବାରା ସେ ଘରୋଇ ହିଂସାର ଶିକାର ହୋଇଛନ୍ତି। ତାଙ୍କ ସ୍ବାମୀ ଥରୁଟିଏ ବି ତାଙ୍କ ଉପରେ ହାତ ଉଠାଇ ନାହାନ୍ତି ମାତ୍ର ସମାସ ତାଙ୍କ ଉପରେ ବାରମ୍ବାର ହାତ ଉଠାଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଆଲିଆ।  ନୱାଜ ଆଲିଆଙ୍କର ଏପରି ଅଭିଯୋଗ ଉପରେ ଏଯାବତ୍‌ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

publive-image
DailyBusinessHerald

ତାଙ୍କ ସ୍ବାମୀ ନୱାଜ ହାତ ନ ଉଠାଇଲେ ବି ଅଜବ ଯୁକ୍ତି କରିବା ସହ ଅସହ୍ୟ ଗାଳିଗୁଲଜ କରନ୍ତି ବୋଲି କହନ୍ତି ଆଲିଆ। ଯାହା ବି ହେଉ ସେ ତାଙ୍କ ଶାଶୂଘର ଲୋକଙ୍କ ଦ୍ବାରା ଶାରୀରିକ ଓ ମାନସିକ ଭାବେ ଅତ୍ୟାଚାରିତ ହୋଇ ଆସୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି। ନୱାଜ ଓ ପତ୍ନୀ ଆଲିଆଙ୍କ ବ୍ୟତୀତ ନୱାଜଙ୍କ ମାଆ, ତାଙ୍କ ଭାଇ ଓ ଭାଇ-ପତ୍ନୀ ସାଥୀ ହୋଇ ମୁମ୍ବାଇରେ ଗୋଟାଏ ଘରେ ରହନ୍ତି। ନୱାଜଙ୍କ ପ୍ରଥମ ପତ୍ନୀ ମଧ୍ୟ ଘରୋଇ ହିଂସାର ଶିକାର ହେବା ପରେ ନୱାଜଙ୍କୁ ପରିତ୍ୟାଗ କରିଥିବା କଥା କହନ୍ତି ପତ୍ନୀ ଆଲିଆ।

ଉଲ୍ଲେଖଯୋଗ୍ୟ, ପ୍ରାୟ ୧୧ ବର୍ଷ ହେବ ବିବାହ ବନ୍ଧନରେ ବାନ୍ଧି ହୋଇ ରହିବା ପରେ ନିକଟରେ ସ୍ବାମୀ ନୱାଜଙ୍କୁ ହ୍ବାଟ୍‌ସଆପ୍‌ ଓ ଇ-ମେଲ୍‌ ଜରିଆରେ ଛାଡ଼ପତ୍ର ନୋଟିସ୍‌ ପଠାଇଛନ୍ତି ଆଲିଆ। ନୱାଜ ଏହାର କୌଣସି ଉତ୍ତର ଦେଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe