photo-the indian express
ମୁମ୍ବାଇ: ବଲିଉଡ ଅଭିନେତା ଅନିଲ କପୁରଙ୍କ ଫିଲ୍ମ 'ନାୟକ' ୭ ସେପ୍ଟେମ୍ବର ୨୦୦୧ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ରିଲିଜ୍ ହେବାର ୨୦ ବର୍ଷ ପୂରଣ ହୋଇଥିବାବେଳେ ଆଜି ଆମେ ଆପଣଙ୍କୁ ଏକ ସିକ୍ରେଟ ବାବଦରେ କହିବୁ | ଅନିଲଙ୍କ ଚଳଚ୍ଚିତ୍ର କ୍ୟାରିୟରର ସର୍ବୋତ୍ତମ ଚଳଚ୍ଚିତ୍ର ମଧ୍ୟରୁ ଏହା ଗୋଟିଏ ହୋଇଥିବାବେଳେ ସେ ନିଜେ ଏହି ଚଳଚ୍ଚିତ୍ର ପାଇଁ ନିଜ ପକ୍ଷରୁ ନିର୍ଦ୍ଦେଶକଙ୍କ ନିକଟରେ ନିବେଦନ କରିଥିଲେ | ବାସ୍ତବରେ, ଯେତେବେଳେ ନିର୍ଦ୍ଦେଶକ ଏସ ଶଙ୍କର 'ନାୟକ' ଫିଲ୍ମ କରିବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ସେ ଅମୀର ଖାନ ଓ ଶାହାରୁଖ ଖାନଙ୍କୁ ମୁଖ୍ୟ ଅଭିନେତା ପାଇଁ ଅନୁରୋଧ କରିଥିଲେ |
ଯେତେବେଳେ ଏହି ଦୁଇ କଳାକାର ଫିଲ୍ମ କରିବାକୁ ମନା କରିଦେଇଥିଲେ, ସେତେବେଳେ ଅନିଲ କପୁର ନିଜେ ଏସ ଶଙ୍କରଙ୍କ ନିକଟକୁ ଯାଇ ଫିଲ୍ମରେ ଅଭିନୟ କରିବାକୁ ଚାଁହୁଥିବାର କହିଥିଲେ | ଏହା ପରେ ଏସ ଶଙ୍କର ଅନିଲଙ୍କୁ ମୁଖ୍ୟ ଅଭିନେତା ଭୂମିକାରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ | ଅନିଲ କପୁର 'ନାୟକ'ରେ ଟିଭି ସାମ୍ବାଦିକ ଶିବାଜୀ ରାଓ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ଅମ୍ରିଶ ପୁରୀ ମୁଖ୍ୟମନ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ।
ଏହି ଚଳଚ୍ଚିତ୍ରରେ ଅନିଲ କପୁରଙ୍କ ଅଭିନୟକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ | ଅନିଲ କପୁର ଏବଂ ଅମ୍ରିଶ ପୁରୀଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ରାନୀ ମୁଖାର୍ଜୀ, ଜନି ଲିଭର, ପୂଜା ବତ୍ରା, ପରେଶ ରାୱଲ, ସୌରଭ ଶୁକ୍ଲାଙ୍କ ଭଳି ଭେଟେରାନ ଅଭିନେତା ମଧ୍ୟ ଥିଲେ। ଏହି ଚଳଚ୍ଚିତ୍ରର ସଙ୍ଗୀତ ମଧ୍ୟ ଜବରଦସ୍ତ ଥିଲା, ଯାହାକୁ ସଙ୍ଗୀତ ନିର୍ଦ୍ଦେଶକ ଆର୍ ରେହମାନ ନିର୍ଦ୍ଦେଶନା ଦେଇଥିଲେ |
Follow Us