ବିବାହ ବନ୍ଧ‌ନରେ ବାନ୍ଧିହେଲେ ନୟନତାରା ଓ ବିଘ୍ନେଶ; ପ୍ରଥମ ଫଟୋ ଭାଇରାଲ୍‌

Advertisment
ବିବାହ ବନ୍ଧ‌ନରେ ବାନ୍ଧିହେଲେ ନୟନତାରା ଓ ବିଘ୍ନେଶ; ପ୍ରଥମ ଫଟୋ ଭାଇରାଲ୍‌

www.indiatoday.in

ମୁମ୍ବାଇ: ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତାମିଲ୍‌ ଅଭିନେତ୍ରୀ ନୟନତାରା ଏବଂ ନିର୍ଦ୍ଦେଶକ ବିଘ୍ନେଶ ଶିବାନ। ନିଜ ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ପରସ୍ପରଙ୍କୁ ଜୀବନସାଥୀ ରୂପେ ବରଣ କରିଛନ୍ତି। ସେମାନେ ସେମାନଙ୍କ ବିବାହର ପ୍ରଥମ ଫଟୋ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି। ଏହି ଷ୍ଟାର୍‌ ଦମ୍ପତିଙ୍କ ବିବାହରେ ରଜନୀକାନ୍ତ, ଶାହାରୁଖ୍‌ ଖାନ୍‌, ବିଜୟ ସେଥୁପତି, ମଣି ରତ୍‌ନମ୍‌ ଏବଂ ଶିବ କାର୍ତ୍ତିକେୟନ୍‌ ଆଜି ବଡ଼ ବଡ଼ ଷ୍ଟାର୍‌ ଉପସ୍ଥିତ ହୋଇଥିଲେ।

ନିଜ ବିବାହ ଶେଷ ହେବା ପରେ ଉଭୟ ଶିବାନ ଏବଂ ନୟନତାର ସେମାନଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ଦୁହିଁଙ୍କ ବିବାହ ବେଳର ଫଟୋ ଅପ୍‌ଲୋଡ୍‌ କରିଛନ୍ତି। ଦୁହେଁ ବିବାହ ଫଟୋ ଓ କ୍ୟାପ୍‌ସନ ଜରିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି।

ଦୀର୍ଘ ୬ ବର୍ଷର ପ୍ରେମ ସଂପର୍କ ପରେ ଶେଷରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ‌ହୋଇଛନ୍ତି। ଉଭୟ ବିଘ୍ନେଶ ଓ ନୟନତାରା ପୂର୍ବରୁ ସେମାନଙ୍କ ସଂପର୍କକୁ ନେଇ ଦର୍ଶକଙ୍କୁ ସଂକେତ ଦେଇ ସାରିଥିଲେ। ଅନେକ ସମୟରେ ସେମାନେ ସୋସିଆଲ୍‌ ମିଡିଆରେ ଫଟୋ ଦେଇ ଚର୍ଚ୍ଚାରେ ରହୁଥିଲେ। ଗତ ମାସରେ ସେମାନେ ତିରୁପତି ମନ୍ଦିରକୁ ଯାଇଥିବାର ଏକ ଫଟୋ ବି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ୨୦୨୧ ମସିହା ମାର୍ଚ ମାସରେ ଏକ ଉତ୍ସବରେ ନିଜ ପରିବାର ଲୋକଙ୍କ ଉପସ୍ଥିତିରେ ପରସ୍ପର ସହ ନିର୍ବନ୍ଧ କରିଥିଲେ ନୟନତାରା ଓ ବିଘ୍ନେଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe