ଛାଡ଼ପତ୍ର ଚର୍ଚ୍ଚା ଉପରେ ମୁହଁ ଖୋଲି ପୁନଃଚ୍ଛେଦ ପକାଇଲେ ନୟନତାରା

New Project (9)

ନୂଆଦିଲ୍ଲୀ: ଦକ୍ଷିଣ ସିନେମାର ସୁପରଷ୍ଟାର ନୟନତାରା କେବଳ ସିନେମା ପାଇଁ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାର ପରିସରରକୁ ଆସିଛନ୍ତି।

ଗତ କିଛି ଦିନ ହେବ ନୟନତାରା ସ୍ୱାମୀ ଭିଗ୍ନେଶ ଶିବନଙ୍କୁ ଛାଡପତ୍ର ଦେଇ ଅଲଗା ହେବାକୁ ଯାଉଥିବା ଖବର ଚର୍ଚ୍ଚାରେ ରହିଛି। ଅନେକ ଦିନ ପରେ ଅଭିନେତ୍ରୀ ଏହି ଛାଡ଼ପତ୍ର ଖବର ପ୍ରସଙ୍ଗରେ ମୁହଁ ଖୋଲି ନିଜର ମତାମତ ଦେଇଛନ୍ତି।  

ନୟନତାରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟର ଷ୍ଟୋରିରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ସ୍ୱାମୀ ଭିଗ୍ନେଶଙ୍କ ସହିତ ନଜର ଆସିଛନ୍ତି। ଏହି ଫଟୋକୁ ସେୟାର କରିବା ସମୟରେ, ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, 'ଆମର ପ୍ରତିକ୍ରିୟା... ଯେତେବେଳେ ଆମେ ନିଜ ବିଷୟରେ ଅଜବ ଖବର ଦେଖୁ । ଯାହା ବିଷୟ‌ରେ ଆମେ ନିଜେ ବି ଜାଣି ନଥାଉ କି ଆମ ନାମରେ କେଉଁ ଖବର ଘୁରି ବୁଲୁଛି।'

ନୟନତାରା ୨୦୨୨ ମସିହାରେ ଭିଗ୍ନେଶ ଶିବନଙ୍କୁ ବିବାହ କରିଥିଲେ। ବିବାହ ପରେ ଏହି ଦମ୍ପତି ଯମଜ ପୁତ୍ର ସନ୍ତାନର ବାପା ଓ ମା’ ହେବାର ସୌଭାଗ୍ୟ ପାଇଥିଲେ। ।ନୟନତାରା କେବଳ ‌ଯେ ଦକ୍ଷିଣ ସିନେମାର ସୁପରଷ୍ଟାର ତାହା ନୁହନ୍ତି ସେ  ବଲିଉଡରେ ମଧ୍ୟ ଜଣେ ଲୋକପ୍ରିୟ ଅଭିନେତ୍ରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe