କମେଡି କୁଇନ ଭାରତୀ ସିଂହଙ୍କୁ ଗିରଫ କଲା ଏନସିବି

Advertisment
କମେଡି କୁଇନ ଭାରତୀ ସିଂହଙ୍କୁ ଗିରଫ କଲା ଏନସିବି

ମୁମ୍ବାଇ: କମେଡି କୁଇନ ଭାରତୀ ସିଂହଙ୍କୁ ଗିରଫ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ | ଏନସିବି ପକ୍ଷରୁ କୁହାଯାଇଛି ଯେ ଉଭୟ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ ଗଂଜେଇ ସେବନ କରୁଥିବାର ସ୍ୱୀକାର କରିଛନ୍ତି | ଉଭୟଙ୍କ ଘର ଓ ଅଫିସରେ ଚଢ଼ାଉ କରାଯାଇ ୮୬.୫ ଗ୍ରାମର ଗଞ୍ଜେଇ ଜବତ କରାଯାଇଛି | ତେବେ ବର୍ତ୍ତମାନ କେବଳ ଭାରତୀଙ୍କୁ ଗିରଫ କରାଯାଇଥିବାବେଳେ ହର୍ଷଙ୍କୁ ପଚରାଉଚୁରା ଚାଲିଛି |


ଏଠାରେ ସୂଚନା ଥାଉ କି ଭାରତୀ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା ରହୁଥିବା ମୁମ୍ବାଇ ସ୍ଥିତ ବାସଭବନରେ ଆଜି ସକାଳେ ଏନସିବି ଚଢଉ କରିବା ପରେ ତାଙ୍କ ଘରୁ ଗଞ୍ଜେଇ ଜବତ କରିଥିଲା ।

ଭାରତୀ ଓ ତାଙ୍କ ସ୍ୱାମୀଙ୍କ ଉପରେ ନିଷିଦ୍ଧ ଡ୍ରଗ୍ସ ନେଉଥିବାର ଅଭିଯୋଗ ହେବା ପରେ ଏନସିବି ତାଙ୍କ ଘରେ ଚଢ଼ଉ କରିଥିଲା। ଭାରତୀଙ୍କ ପୂର୍ବରୁ ଅଭିନେତା ଅଜୁର୍ନ ରାମପାଲଙ୍କ ଘରେ ଚଢ଼ଉ କରିଥିଲା ଏନସିବି। ତାଙ୍କ ସହ ତାଙ୍କ ଗର୍ଲଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡସଙ୍କୁ ମଧ୍ୟ ପଚରାଉଚରା ପାଇଁ ଏନସିବି ସମନ ପଠାଇଥିଲା। ତେବେ ଏ ପର୍ଯ୍ୟନ୍ତ ଏନସିବି ବଲିଉଡର ବହୁ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଘରେ ଚଢ଼ଉ କରିସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe