ଫିରୋଜ ନାଦିଆଦୱାଲାଙ୍କ ଘରେ ଏନ୍‌ସିବିର ଚଢ଼ଉ

ଫିରୋଜ ନାଦିଆଦୱାଲାଙ୍କ ଘରେ ଏନ୍‌ସିବିର ଚଢ଼ଉ

BookMyShow

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତରେ ଡ୍ରଗ୍ସ ସଂପୃକ୍ତି ସାମ୍‌ନାକୁ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଚଢ଼ଉ ବଲିଉଡରେ ଜାରି ରହିଛି। କଳାକାରଙ୍କ ପରେ ଏବେ ଏନ୍‌ସିବିର ଟିମ୍ ବଲିଉଡର ବହୁ ନିର୍ଦେଶକ ଓ ପ୍ରଯୋଜକଙ୍କ ଘରେ ଚଢ଼ଉ କରିଛନ୍ତି। ପ୍ରଯୋଜକ ଫିରୋଜ ନାଦିଆଦୱାଲାଙ୍କ ଘରେ ଏନସିବିର ରେଡ୍‌ ପଡ଼ିଥିବା‌ ବେଳେ ତାଙ୍କ ଘରୁ ଏନ୍‌ସିବି କିଛି ମାତ୍ରାରେ ଡ୍ରଗ୍ସ ଜବତ କରିଛି। ତଦନ୍ତକାରୀ ସଂସ୍ଥା ଏନେଇ ନାଦିଆଦୱାଲାଙ୍କୁ ସମନ୍ କରିଥିବା ବେଳେ ଆଜି ତାଙ୍କ ପତ୍ନୀଙ୍କୁ ଏନ୍‌ସିବିର ପ୍ରଶ୍ନୋତ୍ତରକୁ ସାମ୍‌ନା କରିବାକୁ ପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଏନସିବି ମୁମ୍ବାଇରେ ଶନିବାର ବିଳମ୍ବିତ ରାତିରେ ବଲିଉଡର ବହୁ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଘରେ ଚଢ଼ଉ କରିଥିଲା। ଏପର୍ଯ୍ୟନ୍ତ ଆସିଥିବା ଖବର ଅନୁସାରେ, ଫିରୋଜ୍ ନାଦିଆଦୱାଲାଙ୍କ ଘରୁ ଏନସିବି ୧୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏନସିବିର ଟିମ୍ ତାଙ୍କର ୩ଟି ମୋବାଇଲକୁ ଜବତ କରିଛି। ଯେଉଁ ସମୟରେ ଏନସିବି ନାଦିଆଦୱାଲାଙ୍କ ଘରେ ଚଢ଼ଉ କରିଥିଲା ସେତେବେଳେ ସେ ଘରେ ନଥିଲେ। ଲୋଖଣ୍ଡେଓ୍ବାଲା, ମଲାଡ, ଅନ୍ଧେରୀ ଓ ନଭି ମୁମ୍ବାଇରେ ଏବେ ବି ଚଢ଼ଉ ଜାରି ରହିଛି। ଏନସିବି ଟିମ୍ ଇସ୍ମାଇଲ ଶେଖ୍ ନାମକ ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କ ସହିତ ଅନ୍ୟ ଲୋକଙ୍କୁ ମଧ୍ୟ ଗିରଫ କରିଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଡ୍ରଗ୍ସ ଜବତ ହୋଇଛି। ଏନସିବି ଅଭିନେତା ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡସଙ୍କ ଭାଇ ଅଗିସିୟାଲୋସଙ୍କୁ ମଧ୍ୟ ଗିରଫ କରିଛି। ତାଙ୍କ ପାଖରେ ହସିଷ ଓ ଏଲ୍‌ପ୍ରୋଜୋଲନର୍‌ ଟାବଲେଟ୍ ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe