ଗୌରବଙ୍କ ଘରୁ ଡ୍ରଗ୍ସ ଜବତ କଲା ଏନ୍‌ସିବି

Advertisment
ଗୌରବଙ୍କ ଘରୁ ଡ୍ରଗ୍ସ ଜବତ କଲା ଏନ୍‌ସିବି

Zee News

ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁ ପରେ ବଲିଉଡ୍‌ର ଅନେକ ବଡ଼ ବଡ଼ କଳାକାରଙ୍କୁ ଡ୍ରଗ୍ସ କାରବାର ମାମଲାରେ ଏନ୍‌ସିବି ଗିରଫ କରିଛି। ଅନେକଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରି ବହୁ ଡ୍ରଗ୍ସ ମାଫିଆଙ୍କ ଲିଙ୍କ୍ ମଧ୍ୟ ପର୍ଦ୍ଦାଫାସ୍ କରିଛି। ତେବେ ନିକଟରେ ଆଉ ଜଣେ ବି-ଟାଉନ୍ ଅଭିନେତା ଗୌରବ ଦୀକ୍ଷିତଙ୍କ ଘରେ ଏନ୍‌ସିବି ଚଢ଼ଉ କରି ବିପୁଳ ପରିମାଣର ଡ୍ରଗ୍ସ ଜବତ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ଏନ୍‌ସିବି ଗୌରବଙ୍କ ଫ୍ଲାଟ୍‌ରେ ଚଢ଼ଉ କରିବାର କିଛି ସମୟ ପୂର୍ବରୁ ଗୌରବ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଘର ଛାଡ଼ି ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ଗୌରବଙ୍କ ସାଥୀରେ ଥିବା ଜଣେ ବିଦେଶିନୀ ମଧ୍ୟ ଫେରାର୍ ହୋଇଯାଇଥିବା କୁହାଯାଉଛି। କିଛି ଦିନ ତଳେ ଐଜାଜ୍ ଖାନ୍‌ଙ୍କୁ ଏନ୍‌ସିବି ରିମାଣ୍ଡରେ ନେଇଥିବା ବେଳେ ସେ ଦେଇଥିବା ଖବର ମୁତାବକ ଗୌରବଙ୍କ ଘରେ ଚଢ଼ଉ ହୋଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe