ରିୟାଙ୍କୁ ତୃତୀୟ ଥର ଜେରା ପାଇଁ ଡାକିଲା ଏନ୍‌ସିବି

Advertisment
ରିୟାଙ୍କୁ ତୃତୀୟ ଥର ଜେରା ପାଇଁ ଡାକିଲା ଏନ୍‌ସିବି

Times of India

ମୁମ୍ବାଇ: ଡ୍ରଗ୍ସ(ନିଶାଦ୍ରବ୍ୟ) କାରବାର ମାମଲାରେ ଛନ୍ଦି ହୋଇ ପଡ଼ିଥିବା ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିବାକୁ ଆଜି ପୁଣି ଥରେ ଡକେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ଏଥରକୁ ମିଶାଇ ଏନ୍‌ସିବି ତୃତୀୟ ଥର ପାଇଁ ଜେରା କରିବାକୁ ରିୟାଙ୍କୁ ଡାକିଛି।

ପୂର୍ବରୁ ଏନ୍‌ସିବି କରିଥିବା ଜେରା କାଳରେ ଡ୍ରଗ୍ସ ବେପାରରେ ସଂପୃକ୍ତି ଥିବା ନେଇ ଅନେକଙ୍କ ନାମ ସାମ୍ନାକୁ ଆସିବାରେ ଲାଗିଛି। ଜାଣିବାକୁ ମିଳିଛି ଯେ ଗତ ୨ ବର୍ଷ ମଧ୍ୟରେ ମୁମ୍ବାଇ ଏବଂ ପୁଣେ ପୁଲିସ୍‌ ଦ୍ୱାରା ଗିରଫ ହୋଇଥିବା ସମସ୍ତ ଡ୍ରଗ୍ ବେପାରୀ ଏବେ ଏନସିବି ନଜରରେ ରହିବେ। ଏନ୍‌ସିବିି ଅଧିକାରୀମାନେ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟତୀତ ତାଙ୍କ ଭାଇ ସୌଭିକ୍‌ଙ୍କୁ ମଧ୍ୟ ପୁଣି ଥରେ ଜେରା ପାଇଁ ଡାକାଇବେ ବୋଲି ସୂଚନା ରହିଛି। ଏହାବ୍ୟତୀତ ଅଭିଯୁକ୍ତମ‌ାନଙ୍କର ସମସ୍ତ କଲ୍‌ ରେକର୍ଡକୁ ମଧ୍ୟ ଯାଞ୍ଚ୍‌ କରାଯିବ।

publive-image
NDTV.com

ଯଦି ଏହି ଜେରା ସମୟରେ ରିୟାଙ୍କ ବିରୁଧରେ କୌଣସି ପ୍ରକାରର ଗୁରୁତ୍ବପୂର୍ଣ୍ଣ ପ୍ରମାଣ ହସ୍ତଗତ ହେବ ତାହାଲେ ତାଙ୍କୁ ଏନ୍‌ଡିପିଏସ୍‌ ଆକ୍ଟର ଧାରା ୨୭ଏ ଅଧୀନରେ ବୁକ୍‌ କରାଯିବ ବୋଲି ସୂଚନା ରହିଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ନିକଟ ଅତୀତ‌ରେ ରିୟା ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ପ୍ରିୟଙ୍କା, ରାମ ମନୋହର ଲୋହିଆ ହସ୍ପିଟାଲର ଡାକ୍ତର ତରୁଣ କୁମାର ଏବଂ ଅନ୍ୟ କିଛି ଲୋକଙ୍କ ନାମରେ ଅଭିଯୋଗ ଆଣି ସେମାନେ ସୁଶାନ୍ତଙ୍କୁୁ ଭୁଲ୍‌ ତରିକାରେ ଡ୍ରଗ୍ସ ଦେଉଥିଲେ ବୋଲି କହିଥିଲେ। ଗତକାଲି ଏନେଇ ବାନ୍ଦ୍ରା ପୁଲିସ୍‌ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe