କମେଡି କୁଇନ୍ ଭାରତୀ ଓ ହର୍ଷଙ୍କୁ ସାହାଯ୍ୟ କରିଥିବା ସନ୍ଦେହରେ ଦୁଇ ଅଧିକାରୀଙ୍କୁ ନିଲମ୍ବନ କଲା ଏନସିବି

Advertisment
କମେଡି କୁଇନ୍ ଭାରତୀ ଓ ହର୍ଷଙ୍କୁ ସାହାଯ୍ୟ କରିଥିବା ସନ୍ଦେହରେ ଦୁଇ ଅଧିକାରୀଙ୍କୁ ନିଲମ୍ବନ କଲା ଏନସିବି

ମୁମ୍ବାଇ: ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ନିଜର ଦୁଇ ଅଧିକାରୀଙ୍କୁ ନିଲମ୍ବିତ କରିଛି। ନିଲମ୍ବିତ ହୋଇଥିବା ଦୁଇଜଣ ଅଧିକାରୀ କମେଡି କୁଇନ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ଯାଞ୍ଚ କରୁଥିଲେ। ତେବେ କମେଡି କୁଇନ ଭାରତୀ ସିଂ ଓ ସ୍ୱାମୀ ହର୍ଷଙ୍କ ଜାମିନ ମିଳିବାରେ ଏ ଦୁଇ ଅଧିକାରୀ ସାହାଯ୍ୟ କରିଥିବା ସନ୍ଦେହରେ ଏନସିବି ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି।

NCB suspends 2 officers for skipping Karishma Prakash, Bharti Singh case hearings, resulting in their bail - India News

ସୂଚନାନୁସାରେ, ଏହି ଅଧିକାରୀମାନେ  ଦୁଇଟି ଜାମିନ ମାମଲାର ଶୁଣାଣିରେ ହାଜର ହୋଇ ନ ଥିଲେ। ଯାହା ପରେ ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ସହଜରେ ଜାମିନ ମିଳି ଯାଇଥିଲା। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ତଦନ୍ତ ବେଳେ ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ଅନେକ ଘଟଣା ସାମ୍ନାକୁ ଆସିଥିଲା। ଡ୍ରଗ୍ସ ଲିଙ୍କରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା ଫିଲ୍ମ ଷ୍ଟାର, ଟେଲି ଷ୍ଟାର ଏବଂ ପ୍ରଡକ୍ସନ କମ୍ପାନି ସହ ଜଡିତ ଅନେକ ଲୋକଙ୍କୁ ଏନସିବି ଏ ନେଇ ଜେରା ବି କରିଛି। ନିକଟରେ ଜଣେ ଡ୍ରଗ୍ ବେପାରୀ ଗିରଫ ହେବା ପରେ ଏନସିବି ଅକ୍ଟୋବର ୨୭ରେ କରିସ୍ମା ପ୍ରକାଶଙ୍କ ବାସଭବନରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ କରିସ୍ମା ତାଙ୍କ ଘରେ ନ ଥିଲେ। କରିସ୍ମା ପ୍ରକାଶଙ୍କ ପଡ଼ୋଶୀଙ୍କ ଉପସ୍ଥିତିରେ ଏହି ତନଖି କରାଯାଇଥିଲା। ତାଙ୍କ ଘରୁ ୧.୭ ଗ୍ରାମର ନିଶା ପଦାର୍ଥ ବାହାରିଥିଲା। ସେହିପରି କମେଡି କୁଇନ ଭାରତୀ ସିଂଙ୍କ ଘରୁ ଏନସିବି ୮୬.୫ ଗ୍ରାମ ଗଞ୍ଜେଇ ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe