ନିତୁ କପୁର ଓ ବରୁଣ ଧାୱନଙ୍କୁ କରୋନା

Advertisment
ନିତୁ କପୁର ଓ ବରୁଣ ଧାୱନଙ୍କୁ କରୋନା

NewsTree

ବରୁଣ ଧାୱନ ଓ ନିତୁ କପୁର କରୋନା ଆକ୍ରାନ୍ତ ହୋଇଛନ୍ତି। ଏହା ପୂର୍ବରୁ ସୂଚନା ମିଳିଥିଲା ଯେ ଅନିଲ କପୁର ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ମାତ୍ର ପରେ କେବଳ ବରୁଣ ଓ ନିତୁ କରୋନା ଆକ୍ରାନ୍ତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ତିନି କଳାକାର ଚଣ୍ଡୀଗଡ଼ରେ ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ସୁଟିଂ କରୁଥିଲେ। ରିପୋର୍ଟ ଆସିବା ପରେ ସୁଟିଂ ବନ୍ଦ ରହିଛି। ନିତୁ ଫିଲ୍ମରେ ଅଭିନୟ ପୂର୍ବରୁ ଏକ ଭାବାତ୍ମକ ବାର୍ତା ସେୟାର କରି ଲେଖିଥିଲେ, ଦୀର୍ଘ ବର୍ଷେ ପରେ ସୁଟିଂ ସେଟ୍‌କୁ ଫେରୁଛି। ନୂତନ ଆରମ୍ଭ ଓ ଫିଲ୍ମରେ ଅଭିନୟ ବେ‌ଳେ ମୁଁ ତୁମର ଉପସ୍ଥିତି ଅନୁଭବ କରିବି। ମୁଁ ଏବେ ମୋ ନିଜ ଭିତରେ ନିଜକୁ ଖୋଜି ପାଇଛି। ଟିକେ ଡର ଲାଗୁଛି, କିନ୍ତୁ ଜାଣିଛି ତୁମେ ମୋ’ ସାଥିରେ ଅଛ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe