ପୁଅ ରଣବୀରଙ୍କ ବିବାହକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ନିତୁ

Advertisment
ଆଲିଆ ଗର୍ଭବତୀ ଥିବା କଥା ୨ ମାସ ତଳୁ ସୋସିଆଲ୍‌ ମିଡିଆରେ ହୋଇଥିଲା ପୋଷ୍ଟ୍‌, ପୁଣି ବ୍ୟାନ୍‌ କରାଯାଇଥିଲା ପେଜ୍‌

India Today

ମୁମ୍ବାଇ: ରଣବୀର କୁପରଙ୍କ ମ‌ାଆ ନିତୁ କପୁର ତାଙ୍କ ପୁଅ ରଣବୀର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଗଣମାଧ୍ୟମରେ ପ୍ରଥମ ଥର ପାଇଁ ନିଜର ମୁହଁ ଖୋଲିଛନ୍ତି। ପୂର୍ବରୁ ନିତୁଙ୍କୁ ରଣବୀର-ଆଲିଆ ବିବାହ ବିଷୟରେ ପଚରାଗଲେ ସେ କଥାକୁ ଅଣଦେଖା କରି ଚାଲି ଯାଉଥିଲେ। ମାତ୍ର ପ୍ରଥମ ଥର ପାଇଁ ନିଜ ପୁଅର ବିବାହକୁ ନେଇ ସୂଚନା ଦେଇଛନ୍ତି ନିତୁ।

ସେ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି ଯେ ୧୪ ଏପ୍ରିଲରେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଉଭୟଙ୍କ ବିବାହ ସମ୍ପନ୍ନ ହେବ। ଅଲିଆଙ୍କ ବିଷୟରେ କିଛି କହିବା ପାଇଁ ଗଣମାଧ୍ୟମର ଜଣେ ପ୍ରତିନିଧି ନିତୁଙ୍କୁ ଅନୁରୋଧ କରିବାରୁ ସେ କହିଛନ୍ତି ‘ଆଲିଆ ରଣବୀରଙ୍କ ପାଇଁ ସର୍ବଶ୍ରେଷ୍ଠ । ଆଲିଆ ଓ ରଣବୀରଙ୍କୁ ଭଗବାନ ଆଶିର୍ବାଦ କରନ୍ତୁ ଓ ତାଙ୍କ ବୈବାହିକ ଜୀବନକୁ ଖୁସିରେ ଭରିଦିଅନ୍ତୁ।’

ଦୀର୍ଘ ୫ ବର୍ଷ ଧରି ଚର୍ଚ୍ଚାରେ ଥିବା ଏହି ପ୍ରେମୀଯୁଗଳଙ୍କର  ଆଜି ବିବାହ ହେବାକୁ ସ୍ଥିର ହୋଇଛି। ଏହା ନିତୁ ନିଜେ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଜଣାଇଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ନିତୁ କପୁର ତାଙ୍କ ଝିଅ ରିଧିମା କପୁରଙ୍କ ସହ ଗଣମାଧ୍ୟମରେ ଏକା ସାଙ୍ଗରେ ଏହି ପ୍ରସଙ୍ଗରେ ଆଲୋଚନା କରିଥିବାର ନଜର ଆସିଛନ୍ତି ।

ଆଜି ପ୍ରଥମେ ପିତୃପୂଜା ପରେ ତା’ପରେ ସେମାନଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ନୀତୁ କପୁର, କରୀନା କପୁର, କରିସ୍ମା କପୁର, କରଣ ଜୋହର, ଆୟାନ ମୁଖାର୍ଜୀ, ମହେଶ ଭଟ୍ଟ, ପୂଜା ଭଟ୍ଟଙ୍କ ସମେତ ଉଭୟ ପରିବାରର ଅତିଥିମାନେ ଗତକାଲି ବାସ୍ତୁରେ ପହଞ୍ଚି ସ‌ାରିଥିଲେ। ପ୍ରଖ୍ୟାତ ଗାୟକ ପ୍ରତୀକ ଖୁଦା ମେହେନ୍ଦୀ ସମାରୋହରେ ସଙ୍ଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe