ଋଷି କପୁରଙ୍କ ମୃତ୍ୟୁ ପରେ ଅମ୍ବାନୀ ପରିବାରର ସାହାଯ୍ୟକୁ ମନେ ପକାଇଲେ ନିତୁ କପୁର୍‌

ଋଷି କପୁରଙ୍କ ମୃତ୍ୟୁ ପରେ ଅମ୍ବାନୀ ପରିବାରର ସାହାଯ୍ୟକୁ ମନେ ପକାଇଲେ ନିତୁ କପୁର୍‌

www.hindustantimes.com

ମୁମ୍ବାଇ: ଲୋକପ୍ରିୟ ସିନେ ତାରକା ଋଷି କପୁରଙ୍କ ପରଲୋକ ପରେ ଅମ୍ବାନୀ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି ପତ୍ନୀ ନିତୁ କପୁର୍। ଦୀର୍ଘ ୨ ବର୍ଷ ଧରି କର୍କଟ ସହ ଲଢ଼େଇ କରୁଥିବା ଋଷିଙ୍କ ଦୁର୍ଦ୍ଦିନରେ ମୁକେଶ ଅମ୍ବାନୀ ଓ ପତ୍ନୀ ନିତା ଅମ୍ବାନୀ ତାଙ୍କ ପରିବାର ସହ ଛିଡ଼ା ହୋଇ ତାଙ୍କୁ ସାହସ ଦେଇଥିଲେ ବୋଲି ନିତୁ ଏକ ଇନ୍‌ଷ୍ଟା ପୋଷ୍ଟ୍‌ ଜରିଆରେ କହିଛନ୍ତି।

publive-image hindustantimes

ସେ ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀଙ୍କ ସହ ତାଙ୍କର ଓ ଋଷିଙ୍କର ଏକ ଗ୍ରୁପ୍‌ ଫଟୋ ସେୟାର୍‌ କରି ଲେଖିଛନ୍ତି, ‘ଆମ ପାଇଁ ତୁମେ ପରିବାର ପରି। ଦୁଇ ବର୍ଷ ହେଉଛି ଏକ ଲମ୍ବା ଯାତ୍ରା। ତା’ ମଧ୍ୟରେ ଭଲ ଦିନ ବି ଆସିଛି ଓ ଖରାପ ଦିନ ବି ଆସିଛି। କେବଳ ଏତିକି କହିବାକୁ ଚାହେଁ ଯେ ଦିନଗୁଡ଼ିକ ଖୁବ୍ ଭାବପ୍ରବଣତା ଭରା ଥିଲା। ଏପରି ଏକ କଠିନ ଯାତ୍ରାକୁ ଅମ୍ବାନୀ ପରିବାରର ଭଲପାଇବା ଓ ସହାୟତା ବିନା ଆମେ କେବେ ବି ପାର୍‌ କରି ପାରି ନଥାନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe