ଅଜୟ-କାଜୋଲଙ୍କ ‘ଇଲା’ରେ ଆସୁଛନ୍ତି ନେହା ଧୁପିଆ

Advertisment
ଅଜୟ-କାଜୋଲଙ୍କ ‘ଇଲା’ରେ ଆସୁଛନ୍ତି ନେହା ଧୁପିଆ

ଏକଦା ଗ୍ଲାମରସ ନାୟିକା ଭାବେ ପରଦାକୁ ଆସୁଥିବା ନେହା ଧୁପିଆ ଆଜିକାଲି ପାର୍ଶ୍ୱ-ଅଭିନେତ୍ରୀ ଭୂମିକା ଗ୍ରହଣ କରିବାକୁ ଟିକିଏ ବି ଦ୍ୱିଧା କରୁ ନାହାନ୍ତି। ନେହା ଧୂପିଆ ପ୍ରଦୀପ ସରକାରଙ୍କ ଆଗାମୀ ଫିଲ୍ମ ‘ଇଲା’ରେ ଅଭିନୟ କରିବା ଅଫରକୁ ଗ୍ରହଣ କରିଛନ୍ତି। ଅଜୟ ଦେବଗନ ପ୍ରଯୋଜିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଜୟଙ୍କ ସହ ତାଙ୍କ ପତ୍ନୀ କାଜୋଲ ହିଁ ଅଭିନୟ କରୁଛନ୍ତି। ତେବେ, ନେହାଙ୍କ ଭୂମିକା ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ତାଙ୍କୁ ଦର୍ଶକେ ଜଣେ ନାଟ୍ୟ-ତାଲିମଦାତ୍ରୀ ଭୂମିକାରେ ଦେଖିବେ। ସାଧାରଣତଃ, ଅଭିନୟ କଳାରେ ପାରଙ୍ଗମ ଥିବା କଳାକାରମାନେ ଏ ଭଳି ଭୂମିକାକୁ ଉଚିତ ନ୍ୟାୟ ଦେଇପାରନ୍ତି। ଅର୍ଥାତ୍‌, ‘ମର୍ଦାନୀ’, ‘ଲଫଙ୍ଗେ ପରିନ୍ଦେ’, ‘ପରିଣୀତା’ ଭଳି ସୁନ୍ଦର ଫିଲ୍ମ ବନାଇଥିବା ପ୍ରଦୀପ, ନେହାଙ୍କ ଦକ୍ଷତା ବାବଦରେ ନିଶ୍ଚିତ ଭାବେ ସନ୍ତୁଷ୍ଟ। ପ୍ରଥମ ଥର ପାଇଁ ଦେବଗନ ଦମ୍ପତିଙ୍କ ସହ ଅଭିନୟ ସୁଯୋଗ ପାଇଥିବାରୁ ନେହା ବେଶ୍‌ ଆନନ୍ଦିତ।

publive-image

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ମୁକ୍ତିଲାଭ କରିଥିବା ‘ତୁମ୍‌ହାରୀ ସୁୁଲୁ’ ଓ ‘କରୀବ କରୀବ ସିଙ୍ଗଲ୍‌’ରେ ମଧ୍ୟ ନେହା ପାର୍ଶ୍ୱ-ଅଭିନେତ୍ରୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe