ଦୁବାଇରେ ରୋହନପ୍ରୀତଙ୍କ ସହ ହନିମୁନରେ ନେହା କକ୍କଡ଼

Advertisment
ଦୁବାଇରେ ରୋହନପ୍ରୀତଙ୍କ ସହ ହନିମୁନରେ ନେହା କକ୍କଡ଼

ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କଡ଼ ଓ ରୋହନପ୍ରୀତ ସିଂହ ବିବାହ ପରେ ହନିମୁନ ପାଇଁ ଦୁବାଇରେ ପହଞ୍ଚିଛନ୍ତି। ଦୁହେଁ ହନିମୁନ ଟ୍ରିପ୍‌ ସମୟର କିଛି ଭିଡିଓ ସେୟାର କରିଛନ୍ତି। ଦୁବାଇର ଏକ ସଡ଼କରେ ଖୋଲା କାର୍‌ରେ ଭ୍ରମଣ କରି ଉଭୟ ମଜା କରୁଥିବା ସମୟର ଏକ ଭିଡିଓ ଭାଇରାଲ୍‌ ହୋଇଛି। ରୋହନପ୍ରୀତ ଫ୍ଲାଇଙ୍ଗ କିସ୍‌ ଦେଉଥିବା ବେଳେ ନେହା ଲାଜରେ ମୁହଁ ଲୁଚାଇ ଦେଉଛନ୍ତି। ଏହା ପୂର୍ବରୁ ରୋହନପ୍ରୀତ କିଭଳି ବିକ୍‌ନି ପିନ୍ଧିଥିବା ଝିଅମାନଙ୍କୁ ଦେଖି ଲାଜ କରୁଛନ୍ତି ତା’ର ଭିଡିଓ ଛାଡ଼ିଥିଲେ। ରୋହନପ୍ରୀତ ମେନ୍ୟୁ ପଛରେ ନିଜର ମୁହଁ ଲୁଚାଇ ଦେଉଥିବା ବ‌େଳେ ନେହା ହସୁଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe