ନୂଆଦିଲ୍ଲୀ: ଗାୟିକା ନେହା କକ୍କରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ତାଙ୍କ ମେଲବର୍ଣ୍ଣ କନସର୍ଟର, ଯେଉଁଠାରେ ନେହା ଲାଇଭ୍ ପ୍ରଦର୍ଶନ ସମୟରେ ବହୁତ କାନ୍ଦୁଥିବାର ଦେଖାଯାଇଥିଲା। ପ୍ରକୃତରେ, ଗାୟିକା ତାଙ୍କ ସୋ’ରେ ତିନି ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ, ଯାହା ଫଳରେ ଦର୍ଶକ ଗାୟିକାଙ୍କ ଉପରେ ରାଗିଗଲେ ଏବଂ ତାଙ୍କୁ ଫେରିଯିବାକୁ କହିବାକୁ ଲାଗିଲେ।
ନେହା କକ୍କର ତିନି ଘଣ୍ଟା ବିଳମ୍ବରେ ପହଞ୍ଚିବାରୁ ଦର୍ଶକଙ୍କ ମଧ୍ୟରେ କିଛି ଲୋକ ତାଙ୍କୁ ସମର୍ଥନ କରିଥିଲେ। କିନ୍ତୁ ଅନ୍ୟ ଲୋକମାନେ ଗାୟିକାଙ୍କ ଉପରେ ରାଗିଥିବା ଦେଖାଯାଇଥିଲା। ନେହା ତାଙ୍କ ଭୁଲ ପାଇଁ ପ୍ରଶଂସକମାନଙ୍କୁ କ୍ଷମା ମାଗିଥିଲେ ବି ପ୍ରତିବାଦ ବଢ଼ିଥିଲା। ଏହା ଦେଖି ସେ ମଞ୍ଚ ଉପରେ ହିଁ କାନ୍ଦିବାକୁ ଲାଗିଲେ। ତାଙ୍କ କାନ୍ଦ ଦେଖି ଲୋକେ ତାଙ୍କୁ ଅଭିନୟ କରନାହିଁ ବୋଲି କହିଥିଲେ।
କୁହାଯାଉଛି ଯେ, ସନ୍ଧ୍ୟା ୭.୩୦ରେ ସୋ’ ଆରମ୍ଭ ହେବାର ଥିଲା। ହେଲେ ନେହା ରାତି ୧୦ଟାରେ ପହଞ୍ଚିଥିଲେ। ଏହା ପରେ ଘଣ୍ଟାଏ ଗୀତ ଗାଇବା ପରେ ସେ ଚାଲିଯାଇଥିଲେ। ତେବେ କେଉଁ କାରଣରୁ ନେହା ବିଳମ୍ବରେ ପହଞ୍ଚିଥିଲେ, ତାହା ଜଣାପଡ଼ିନାହିଁ।
Follow Us