ସ୍ବାମୀଙ୍କ ‘ଏକ୍ସ’କୁ କଲ୍‌ ନକରିବାକୁ ଧମକ ଦେଇ ଭିଡିଓ ଭାଇରାଲ୍‌ କ‌ଲେ ନେହା କକ୍କର

ସ୍ବାମୀଙ୍କ ‘ଏକ୍ସ’କୁ କଲ୍‌ ନକରିବାକୁ ଧମକ ଦେଇ ଭିଡିଓ ଭାଇରାଲ୍‌ କ‌ଲେ ନେହା କକ୍କର

The Tribune India

ମୁମ୍ବାଇ: ଗତ ବର୍ଷ ଅକ୍ଟୋବରରେ ରୋହନପ୍ରୀତ୍‌ଙ୍କୁ ବିବାହ କରିଥିବା କଣ୍ଠଶିଳ୍ପୀ ନେହା କକ୍କର ତାଙ୍କ ବିବାହ ଦିନରୁ ନୁହେଁ ବରଂ ସେ ରୋହନପ୍ରୀତ୍‌ଙ୍କ ସହ ସଂପର୍କରେ ରହିବା ଦିନରୁ ଚର୍ଚ୍ଚାରେ ରହି ଆସିଛନ୍ତି। ସେ ରୋହନପ୍ରୀତ୍‌ଙ୍କ ସହ ପୂର୍ବରୁ ଅନେକ ମଜାଦାର୍‌ ଭିଡିଓ ସବୁ ସୁଟ୍‌ କରି ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ସେୟାର କରି ଆସିଛନ୍ତି।

ନିକଟରେ ନେହାଙ୍କର ଆଉ ଏକ ମଜାଦାର୍‌ ଭିଡିଓ ଭ‌ାଇରାଲ୍‌ ହୋଇଛି। ଭିିଡିଓରେ ନେହା ରୋହନପ୍ରୀତ୍‌ଙ୍କ ପୂର୍ବତନ ପ୍ରେମିକା(ଏକ୍ସ)କୁ ମଜାକିଆ ଅନ୍ଦାଜରେ ନିଜର କ୍ଷୋଭ ଦେଖାଉଥିବାର ଦେଖିବାକୁ ମିଳିଛି।

ଭିଡିଓରେ ଉଭୟ ନେହା ଓ ରୋହନପ୍ରୀତ୍‌ ଏକ୍ଦ-କଲିଂ ଗୀତରେ ଅଭିନୟ କରୁଥିବାର ନଜର ଆ‌ସିିଛନ୍ତି। ଗୀତ ଜରିଆରେ ନେହା ତାଙ୍କ ସ୍ବାମୀଙ୍କ ଏକ୍ସଙ୍କୁ କଲ୍‌ ନକରିବା ପାଇଁ ଧମକ ଦେଉଥିବାର ଦେଖିବାକୁ ମିଳିଛି।

ଭିଡିଓରେ ନେହା କ୍ୟାପ୍‌ସନ୍‌ ଦେଇଛନ୍ତି, ‘ଏକ୍ସ କଲିଂ? ଆଚ୍ଛା?? ତୁ କଲ୍‌ କର୍‌ ପୁଣି ମୁଁ କହୁଛି!!!!ହେ ହେ ହେ..ରୋହନପ୍ରୀତ ଏ ଗୀତ ମୋତେ ଖୁବ୍ ପସନ୍ଦ।’

ଏହି ପୋଷ୍ଟ୍‌ରେ ରୋହନପ୍ରୀତ କମେଣ୍ଟ୍‌ କରିଛନ୍ତି, ‘କେହି ନାହିଁ, ରାଗନି। ତୁମେ ଏ ଗୀତକୁ ଭଲପାଅ ଓ ମୁଁ ତୁମକୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe