ହୋଟେଲରୁ ଚୋରି ହେଲା ରୋହନପ୍ରୀତଙ୍କ ଆପଲ୍ କମ୍ପାନିର ଘଣ୍ଟା, ଆଇଫୋନ୍ ଏବଂ ହୀରା ମୁଦି

Advertisment
ହୋଟେଲରୁ ଚୋରି ହେଲା ରୋହନପ୍ରୀତଙ୍କ ଆପଲ୍ କମ୍ପାନିର ଘଣ୍ଟା, ଆଇଫୋନ୍ ଏବଂ ହୀରା ମୁଦି

aajtak

ମୁମ୍ବାଇ: ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କରଙ୍କ ସ୍ୱାମୀ ତଥା କଣ୍ଠଶିଳ୍ପୀ ରୋହନପ୍ରୀତ ସିଂଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ହିମାଚଳ ପ୍ରଦେଶର ମଣ୍ଡିରେ ଥିବା ଏକ ଜଣାଶୁଣା ହୋଟେଲରୁ ରୋହନପ୍ରୀତ ସିଂଙ୍କ ଆପଲ୍ କମ୍ପାନିର ଘଣ୍ଟା, ଆଇଫୋନ୍ ଏବଂ ହୀରା ମୁଦି ଚୋରି ହୋଇଛି। ଖବର ପାଇବା ମାତ୍ରେ ପୁଲିସ ହୋଟେଲ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ଶୁକ୍ରବାର ରାତିରେ ନେହା କକ୍କରଙ୍କ ସ୍ୱାମୀ ତଥା ପଞ୍ଜାବୀ କଣ୍ଠଶିଳ୍ପୀ ରୋହନପ୍ରୀତ ସିଂ ମଣ୍ଡିର ଏକ ହୋଟେଲରେ ରହିଥିଲେ। ହୋଟେଲରେ ରାତିରେ ବିଶ୍ରାମ ନେବା ପରେ ଯେତେବେଳେ  ପରଦିନ ସକାଳେ ତାଙ୍କ ଆଖି ଖୋଲିଲା, ସେ ପାଖରେ ଥିବା ଟେବୁଲ ଉପରକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରାତିରେ ସେ ଟେବୁଲ ଉପରେ ଆପଲ୍ କମ୍ପାନିର ଘଣ୍ଟା, ଆଇଫୋନ୍ ଏବଂ ହୀରା ମୁଦି ରଖିଥିବା ବେଳେ ସକାଳକୁ ତାହା ଟେବୁଲ ଉପରେ ନଥିଲା। ହୋଟେଲ ରୁମରୁ ତାଙ୍କର ଏତେ ଦାମୀ ଜିନିଷ ନିଖୋଜ ହୋଇଥିବାର ଦେଖି ସେ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ।

କୁହାଯାଉଛି ଯେ, ପୁଲିସ ହୋଟେଲ କର୍ମଚାରୀଙ୍କୁ ପଚରାଉଚରା କରୁଛି। ହୋଟେଲରେ ଲଗାଯାଇଥିବା ସିସିଟିଭି କ୍ୟାମେରା ମଧ୍ୟ ଯାଞ୍ଚ କରାଯାଉଛି। ମଣ୍ଡିର ଏସପି ଶାଲିନୀ ଅଗ୍ନିହୋତ୍ରୀ ପୁରା ଘଟଣାକୁ ନିଶ୍ଚିତ କରିବା ସହ ହୋଟେଲ କର୍ମଚାରୀଙ୍କୁ ପଚରାଉଚରା କରାଯାଇ ଏହି ମାମଲାର ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe