India TV
ମୁମ୍ବାଇ: ଆଜି ମୋର ବାହାଘର ବୋଲି ଏକ ଭିଡିଓରେ କହି ଚର୍ଚ୍ଚାରେ ରହିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର। ଯାହାକୁ ନେଇ ଏବେ ତାଙ୍କ ପ୍ରଶଂସକମାନେ ଆଲୋଚନା ଆରମ୍ଭ କରିଥିବା ବେଳେ ଇଣ୍ଡିଆନ ଆଇଡୋଲ-୧୧ ସେଟରୁ ଭାଇରାଲ ହୋଇଥିବା ଏକ ଭିଡିଓ ଦ୍ବାରା ଏଭଳି ଖବର ସାମ୍ନାକୁ ଆସିଛି। ତେବେ ପ୍ରଥମେ ଏହାକୁ ଲୋକେ ସତ ବୋଲି ଭାବି ନେଇଥିବା ବେଳେ ପରେ ପ୍ରକୃତ ସତଟି ସାମ୍ନାକୁ ଆସୁଛି।
Bollywood Bubbleସୂଚନା ମୁତାବକ, ଇଣ୍ଡିଆନ ଆଇଡୋଲ-୧୧ରେ ବିବାହକୁ ନେଇ ଏକ ସ୍ବତନ୍ତ୍ର ଅଧ୍ୟାୟ ସୁଟ୍ କରାଯାଇଥିଲା। ଯେଉଁଥିରେ ୩ଜଣ ଜଜ୍ ନେହା କକ୍କର, ହିମେଶ ରେସମିୟା ଓ ବିଶାଲ ଦାଦଲାନୀ ପାରମ୍ପାରିକ ପୋଷାକ ପିନ୍ଧି ସୁଟରେ ପହଞ୍ଚିଥିଲେ। ଅଧ୍ୟାୟକୁ ଆହୁରି ଲୋକପ୍ରିୟ କରିବା ପାଇଁ ସୁଟିଂ ସେଟରେ ପହଞ୍ଚିଥିଲେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆ। ନେହା ସେୟାର କରିଥିବା ଭିଡିଓରେ ଦେଖାଯାଇଛି କି, ବିଶାଲଙ୍କ ସହ ନେହା କିଛି ସମୟ କଥା ହେବା ପରେ ନେହା କ୍ୟାମେରାକୁ ହିମେଶ ରେସମିଆଙ୍କ ଆଡ଼କୁ ବୁଲାଉଛନ୍ତି। ଯାହା ପରେ ହିମେଶ କହୁଛନ୍ତି, ଆଜି ନେହା ବିବାହ କରିବାକୁ ଯାଉଛନ୍ତି। ଏହା ପରେ ନେହା କହୁଛନ୍ତି କି, ଆଜି ମୋର ବାହାଘର। ଏହା ଶୁଣି ବିଶାଲ ଦାଦଲାନୀ କହୁଛନ୍ତି କି, ମୁବାରକ୍ ହୋ, ମୁବାରକ୍ ହୋ। ଭିଡିଓଟି ନେହାଙ୍କ ଇନଷ୍ଟା ଆକାଉଣ୍ଟରେ ସେୟାର କରାଯାଇଛି। ଯାହା ଏବେ ଖୁବ୍ ଭାଇରାଲ ହୋଇଛି।
Follow Us