ମିଛ କହିଛନ୍ତି ନେହା, ମାତ୍ର ୭୦୦ଲୋକ‌ଙ୍କ ଆଗରେ ଗୀତ ଗାଇବିନି କହିଥିଲେ ଗାୟିକା: ଇଭେଣ୍ଟ ପ୍ଲାନର

Advertisment
qwr

ମୁମ୍ବାଇ: ମାର୍ଚ୍ଚ ମାସରେ ବଲିଉଡ ଗାୟିକା ନେହା କକ୍କର ମେଲବର୍ଣ୍ଣ କନସର୍ଟରେ କାନ୍ଦିଥିବାର ଭିଡିଓ ଭାଇରାଲ ହୋଇଥିଲା। ନେହା ୩ଘଣ୍ଟା ବିଳମ୍ବରେ ପହଞ୍ଚିବା ପରେ ଉପସ୍ଥିତ ଲୋକେ ବିରକ୍ତି ପ୍ରକାଶ କରିଥିଲେ ଏବଂ ତାଙ୍କୁ ଫେରିଯିବାକୁ କହିବାକୁ ଲାଗିଲେ। ଏହା ଶୁଣି ନେହା କାନ୍ଦିବା ସହ କ୍ଷମା ମାଗିଥିଲେ। ତିନି ଘଣ୍ଟା ବିଳମ୍ବରେ ପହଞ୍ଚିଥିବା ଏହି ଗାୟିକା ମଞ୍ଚ ଉପରେ କହିଥିଲେ ଯେ, ଆୟୋଜକମାନେ ମୌଳିକ ସୁବିଧା ଯୋଗାଇ ନଥିଲେ। ଏଥିପାଇଁ ବିଳମ୍ବ ହେଲା। ଏବେ ଅଷ୍ଟ୍ରେଲୀୟ ଇଭେଣ୍ଟ ପ୍ଲାନର ପେସ୍ ଡି ଏବଂ ବିକ୍ରମ ସିଂହ ରନ୍ଧାୱା ଏବେ ନେହାଙ୍କ ଦାବିକୁ ଅସତ୍ୟ ବୋଲି କହିଛନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି, "ମେଲବୋର୍ଣ୍ଣର ବିଟ୍ ପ୍ରଡକ୍ସନ୍ ହିଁ ନେହା କକ୍କରଙ୍କୁ ନିମନ୍ତ୍ରଣ କରିଥିଲା। ଆମେ ସେଠାରେ ଥିଲୁ ଏବଂ ସବୁକିଛି ଦେଖିଥିଲୁ। ମୁଁ ପ୍ରୀତ୍ ପାବଲା ଭାଇଙ୍କ ସହ କଥା ହୋଇଥିଲି, ଯିଏ ଇଭେଣ୍ଟର ଆୟୋଜକ ଥିଲେ। ମୁଁ ତାଙ୍କୁ ସବୁକିଛି ପଚାରିଥିଲି। ସେ ଜଣେ ବହୁତ ଭଲ ଏବଂ ସଚ୍ଚୋଟ ବ୍ୟକ୍ତି। ତାଙ୍କୁ ପଚାରିବା ପରେ ମୁଁ ଜାଣିବାକୁ ପାଇଲି ଯେ, ନେହା ଠିକ୍ ସମୟରେ ପହଞ୍ଚି ନଥିଲେ ଏବଂ ବିଳମ୍ବ କରିଚାଲିଥିଲେ। ବାରମ୍ବାର କହୁଥିଲେ, 'ମୁଁ ଏବେ ଯିବି ନାହିଁ; ମୁଁ ପ୍ରଦର୍ଶନ କରିବି ନାହିଁ। ୧୫-୧୬ହଜାର ଦେଇ ଲୋକେ ତ‌ାଙ୍କୁ ଶୁଣିବାକୁ ଆସିଥିଲେ। ହେଲେ ସେ ୭.୩୦ପରିବର୍ତ୍ତେ ୧୦ଟାରେ ଆସିଲେ। ଏହା ପରେ କମ୍ ଲୋକ ଥିବା ଦେଖି କହିଲେ, ମାତ୍ର ୭୦୦ ଲୋକ। ଅଧିକ ଲୋକ ନଆସିବା ଯାଏ ମୁଁ ମଞ୍ଚକୁ ଯିବିନାହିଁ। ତାଙ୍କୁ ବହୁତ ବୁଝାଇବାକୁ ପଡ଼ିଥିଲା।"

ନେହା କହିଥିଲେ ଯେ, "ଆମର ସାଉଣ୍ଡ ଚେକ୍ ଘଣ୍ଟା ଘଣ୍ଟା ଧରି ହୋଇନଥିଲା। ସାଉଣ୍ଡ ଭେଣ୍ଡରଙ୍କୁ ଟଙ୍କାଟିଏ ଦିଆଯାଇ ନଥିଲା ଏବଂ ସେ କାମ କରିବାକୁ ମନା କରିଦେଇଥିଲେ।" ଏବେ ଏହାର ଜବାବ ଦେଇ ପେସ୍ ଡି କହିଛନ୍ତି, "ତାହା ଏକ ବଡ଼ କାର୍ଯ୍ୟକ୍ରମ ଥିଲା। ନେହାଙ୍କ ପୂର୍ବରୁ ଅନେକ କଳାକାର ପ୍ରଦର୍ଶନ କରିସାରିଥିଲେ। ସବୁକିଛି ଠିକ୍ ଥିଲା। ନେହାଙ୍କ ଦାବି ସମ୍ପୂର୍ଣ୍ଣ ମିଛ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe