Times of India
ମୁମ୍ବାଇ: ଇଣ୍ଡିଆନ୍ ଆଇଡଲ୍ ୧୩ ଆରମ୍ଭ ହୋଇ ଯାଇଛି। ଏହି ସୋ’ରେ ପୁଣି ଥରେ ଜଜ୍(ବିଚାରପତି) ଭୂମିକାରେ ନଜର ଆସିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର। ଶନିବାରଠାରୁ ଏହି ସୋ’ ଆରମ୍ଭ ହୋଇ ଯାଉଛି। ସୋ’ର ଏକ ନୂଆ ପ୍ରମୋ ଭିଡିଓ ସାମ୍ନାକୁ ଆସିଥିଲା। ଏଥିରେ ନେହା କକରଙ୍କ ପୁରୁଣା ବନ୍ଧୁ ବିନୀତ ସିଂହଙ୍କୁ ଦେଖିବାକୁ ମିଳିଥିଲା। ବନ୍ଧୁଙ୍କୁ ଦେଖିଦେବା ପରେ ନେହା ତାଙ୍କ ଉପରେ ନିଜ ବିଚାର ଦେବାକୁ ମନା କରି ଦେଉଥିଲେ। ମାତ୍ର ବନ୍ଧୁ ବିନିତ ଚାହୁଁଥିଲେ ଯେ ନେତା ତାଙ୍କ ଉପରେ ନିଜର ବିଚାର ରଖନ୍ତୁ ବୋଲି।
ଏହି ଭିଡିଓରେ ଲକ୍ଷ୍ନୌର ବିନୀତ ସିଂହ ମଞ୍ଚ ଉପରକୁ ଆସୁଥିବାର ଦେଖିବାକୁ ମିଳିଛନ୍ତି। ତାଙ୍କୁ ଦେଖି ନେହା ଏକଦମ ଆଶ୍ଚର୍ଯ୍ୟ ହୋଇ ଗଲେ। ବିନୀତ ମଞ୍ଚ ଉପରେ ଗିଟାର୍ ଧରି ଛିଡ଼ା ହୋଇଥିବାର ଆପଣ ଦେଖି ପାରିଥିବେ। ବିନୀତଙ୍କ ସଂପର୍କରେ ନେହା କହୁଛନ୍ତି କି ତାଙ୍କ ପୂର୍ବରୁ ବିନୀତ ସିଂହ ଏକ ସୋ’କୁ ଆସିଥିଲେ। ସେ ସେହି ସୋ’ର ଷ୍ଟାର୍ ହୋଇଥିଲେ। ତାପରେ ସେ ବିନୀତଙ୍କୁ ଚାହିଁ କହୁଛନ୍ତି କି ମୁଁ ତମକୁ ଜଜ୍ କରିପାରିବି ନାହିଁ। ଏହାକୁ ଶୁଣି ସୋ’ର ଅନ୍ୟତମ ବିଚାରପତି ବିଶାଲ ଚକିତ ହୋଇ ଯାଉଛନ୍ତି।
ବିନୀତ ନିଜ କାହାଣୀ ଶୁଣିବା ପରେ ଭାବପ୍ରବଣ ହୋଇ ପଡୁଛନ୍ତି। ତାପରେ ନେହା କକ୍କରଙ୍କୁ ତାଙ୍କୁ ଜଜ୍ କରିବା ପାଇଁ ମନାଇ ଦେଉଛନ୍ତି ମଧ୍ୟ। ନେହା ନିଜେ ପରିଶ୍ରମ ବଳରେ ଏତେ ଉପରକୁ ଆସିଛନ୍ତି ଓ ସେ ମୋତେ ଜଜ୍ କରନ୍ତୁ ବୋଲି ବିନୀତ କହୁଥିବାର ନଜର ଆସିଛି। ତାପରେ ନେହା ତାଙ୍କୁ ଗାଇବାକୁ କହୁଛନ୍ତି।
ବିନୀତଙ୍କୁ ଇଣ୍ଡିଆନ୍ ଆଇଡଲ୍ ମଞ୍ଚରେ ଦେଖିବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଜଣେ ବ୍ୟବହାରକାରୀ ବିନୀତ ଅପେକ୍ଷା ଅନେକ ଦିନରୁ ଥିଲା ବୋଲି ଲେଖିଥିବା ବେଳେ ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ବିନୀତ ହେଉଛନ୍ତି ବାସ୍ତବ ଷ୍ଟାର୍’।
Follow Us