ନେହା କକ୍କର ଏବଂ ତାଙ୍କ ସ୍ବାମୀଙ୍କୁ ଧମକ

Advertisment

ବଲିଉଡ ଗାୟକ ନେହା କକ୍କର ଏବଂ ତାଙ୍କ ସ୍ୱାମୀ ରୋହନପ୍ରୀତ ସିଂ ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋ ପାଇଁ ହୋଇଛନ୍ତି ଟ୍ରୋଲ। ନିହଙ୍ଗ ମାନ ସିଂ ଭିଡିଓ ପୋଷ୍ଟ କରି ଦେଇଛନ୍ତି ଧମକ।

ବଲିଉଡ ଗାୟକ ନେହା କକ୍କର ଏବଂ ତାଙ୍କ ସ୍ୱାମୀ ରୋହନପ୍ରୀତ ସିଂ ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋ ପାଇଁ ହୋଇଛନ୍ତି ଟ୍ରୋଲ। ନିହଙ୍ଗ ମାନ ସିଂ ଭିଡିଓ ପୋଷ୍ଟ କରି ଦେଇଛନ୍ତି ଧମକ।

୍ତଦତ

ନୂଆଦିଲ୍ଲୀ: ବଲିଉଡ ଗାୟକ ନେହା କକ୍କର ଏବଂ ତାଙ୍କ ସ୍ୱାମୀ ରୋହନପ୍ରୀତ ସିଂ ସୋସିଆଲ ମିଡିଆରେ ନିଜନିଜର ଫଟୋ ଓ ଭିଡିଓ ସେୟାର କରିଥାଆନ୍ତି। କିଛିଦିନ ତଳେ ଏକ ଅଶ୍ଳୀଳ ଫଟୋ ଓ ଭିଡିଓ ପୋଷ୍ଟ କରିଥିବା କାରଣରୁ ରୋହନପ୍ରୀତ ସିଂ ଏବଂ ନେହା କକ୍କରଙ୍କୁ ଧମକ ମିଳୁଛି। 

ସୋସିଆଲ ମିଡିଆରେ ନିହଙ୍ଗ ମାନ ସିଂ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି,‘ ନେହା କକ୍କର ତାଙ୍କ ସ୍ୱାମୀଙ୍କ ସହ ଲୋକଙ୍କ ସାମ୍ନାରେ ଅଶ୍ଳୀଳ କାମ କରୁଛନ୍ତି। ସର୍ବସାଧାରଣରେ ଦୁହେଁ ଏଭଳି ଅଶ୍ଳୀଳ ଆଚରଣ କରିବା ଠିକ ନୁହେଁ। ଏଭଳି ଲୋକ ପଞ୍ଜାବକୁ ନଷ୍ଟ କରି ସାରିଲେଣି।

ଯଦି ଦୁହେଁ  ଆଗାମୀ ଦିନରେ ଏସବୁ କାର୍ଯ୍ୟରୁ ନିବୃତ୍ତ ନରୁହନ୍ତି ତେବେ ନେହା ଓ ତାଙ୍କ ସ୍ବାମୀଙ୍କୁ ଉଚିତ ଶିକ୍ଷା ଦେବାକୁ ପଡ଼ିବ।  ଜେଲ ଯିବାକୁ ପଡ଼ିଲେ ଜେଲ ଯିବି। ଏହା ମୋର ଦୁହିଁଙ୍କୁ ଚେତାବନୀ। 
ନେହା ଓ ରୋହନପ୍ରୀତ ଭଲ ଗାୟକ। ମୋର ଦୁହିଁଙ୍କୁ ଅନୁରୋଧ ଯଦି ଭଲ ଗୀତ ଗାଉଛ। ତେବେ ଭଲ କାମ ବି କର। ଏଭଳି ଆଚରଣ ଦେଖାଇ ଦୁହେଁ କ’ଣ ପ୍ରମାଣ କରିବାକୁ ଚାହୁଁଛନ୍ତି ମୁଁ କିଛି ବୁଝି ପାରୁ ନାହିଁ।’
ନେହା ସୋସିଆଲ ମିଡିଆରେ ଖୁବ ସକ୍ରିୟ ଥାଆନ୍ତି। ସେ ପ୍ରାୟତଃ ତାଙ୍କ ସ୍ବାମୀଙ୍କ ସହିତ ରୋମାଣ୍ଟିକ ଫଟୋ ସେୟାର କରିଥାଆନ୍ତି। ଯେଉଁ କାରଣରୁ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe