କାହିଁକି କନସର୍ଟକୁ ୩ଘଣ୍ଟା ବିଳମ୍ବରେ ଆସିଥିଲେ ନେହା? ସାମ୍ନାକୁ ଆସିଲା କାରଣ

Advertisment

ମେଲବର୍ଣ୍ଣ କନସର୍ଟରେ ତିନି ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ବଲିଉଡ ଗାୟିକା ନେହା କକ୍କର। ଏନେଇ ତାଙ୍କୁ ଟ୍ରୋଲ କରାଯାଇଥିଲା। ଏବେ ତାଙ୍କ ଭାଇ ବିଳମ୍ବ ହେବା ପଛର କାରଣ ଜଣାଇଛନ୍ତି।

ମେଲବର୍ଣ୍ଣ କନସର୍ଟରେ ତିନି ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ବଲିଉଡ ଗାୟିକା ନେହା କକ୍କର। ଏନେଇ ତାଙ୍କୁ ଟ୍ରୋଲ କରାଯାଇଥିଲା। ଏବେ ତାଙ୍କ ଭାଇ ବିଳମ୍ବ ହେବା ପଛର କାରଣ ଜଣାଇଛନ୍ତି।

tbwadbas

ନୂଆଦିଲ୍ଲୀ: ବଲିଉଡ ଗାୟିକା ନେହା କକ୍କରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ କିଛି ଦିନ ହେବ ଭାଇରାଲ ହେଉଛି। ଏହି ଭିଡିଓଟି ତାଙ୍କ ମେଲବର୍ଣ୍ଣ କନସର୍ଟର, ଯେଉଁଠାରେ ନେହା ଲାଇଭ୍ ପ୍ରଦର୍ଶନ ସମୟରେ ବହୁତ କାନ୍ଦୁଥିବାର ଦେଖାଯାଇଥିଲା। ପ୍ରକୃତରେ, ଗାୟିକା ତାଙ୍କ ସୋ’ରେ ତିନି ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ, ଯାହା ଫଳରେ ଦର୍ଶକ ଗାୟିକାଙ୍କ ଉପରେ ରାଗିଗଲେ ଏବଂ ତାଙ୍କୁ ଫେରିଯିବାକୁ କହିବାକୁ ଲାଗିଲେ। ଏହା ଶୁଣି ନେହା କାନ୍ଦିବା ସହ କ୍ଷମା ମାଗିଥିଲେ।

ଏବେ ନେହା ବିଳମ୍ବରେ ପହଞ୍ଚିବାର କାରଣ କହିଛନ୍ତି ତାଙ୍କ ଭାଇ ଟୋନି। ସେ ନିଜ ଇନଷ୍ଟା ପୋଷ୍ଟରେ ଏହା ଜଣାଇଛନ୍ତି। ସେ କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, "ମନେକର ମୁଁ ଆପଣଙ୍କୁ ଏକ କାର୍ଯ୍ୟକ୍ରମ ପାଇଁ ମୋ ସହରକୁ ନିମନ୍ତ୍ରଣ କରୁଛି ଏବଂ ସମସ୍ତ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଦାୟିତ୍ୱ ନେଉଛି। ବ୍ୟବସ୍ଥା ଯେମିତି କି ଆପଣଙ୍କର ହୋଟେଲ, କାର୍, ବିମାନବନ୍ଦରରୁ ପିକଅପ୍ ଏବଂ ଟିକେଟ୍ ବୁକ୍ କରିବା। ଏବେ କଳ୍ପନା କରନ୍ତୁ ଯେ, ଆପଣ ପହଞ୍ଚିବା ବେଳକୁ ଜାଣୁଛନ୍ତି କିଛି ବୁକ୍ ହୋଇନାହିଁ। ବିମାନବନ୍ଦରରେ କୌଣସି ଗାଡ଼ି ନାହିଁ, ହୋଟେଲ୍ ବୁକ୍ ହୋଇ ନାହିଁ ଏବଂ ଟିକେଟ୍ ନାହିଁ। ଏପରି ପରିସ୍ଥିତିରେ ପାଇଁ କିଏ ଦାୟୀ?"

ସିଧାସଳଖ ଭାବେ ନକହିଥିଲେ ବି ନିଜ ପୋଷ୍ଟ ମାଧ୍ୟମରେ ସେ ସମସ୍ତଙ୍କୁ ଜବାବ ଦେଇଛନ୍ତି। ତେବେ ସନ୍ଧ୍ୟା ୭.୩୦ରେ ସୋ’ ଆରମ୍ଭ ହେବାର ଥିଲା। ହେଲେ ନେହା ରାତି ୧୦ଟାରେ ପହଞ୍ଚିଥିଲେ। ଏହା ପରେ ଘଣ୍ଟାଏ ଗୀତ ଗାଇବା ପରେ ସେ ଚାଲିଯାଇଥିଲେ। ଏହା ଦେଖି ରାଗି ଯାଇଥିଲେ ‌ଶ୍ରୋତା।

neha Kakkar | Entertainment | tony kakkar's Cryptic Post 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe