ବିବାହ କରିବେ କି ଗାୟିକା ନେହା କ୍କକର?  ଜାଣନ୍ତୁ ଇନଷ୍ଟାଗ୍ରାମ୍ ପୋଷ୍ଟ ପଛର ସତ

Advertisment
ବିବାହ କରିବେ କି ଗାୟିକା ନେହା କ୍କକର?  ଜାଣନ୍ତୁ ଇନଷ୍ଟାଗ୍ରାମ୍ ପୋଷ୍ଟ ପଛର ସତ

Instagram

ମୁମ୍ବାଇ:  ବଲିଉଡ଼ ଗୀତିକାର ନେହା କ୍କକରଙ୍କ ବ୍ୟକ୍ତିଗତ ଜୀବନ ଏବେ ବେଶ ଚର୍ଚ୍ଚାରେ। ନେହାଙ୍କ ବହୁ  ଫ୍ୟ‌ାନଫଲୋୟର ରହିଥିବା ବେଳେ ସୋସିଆଲ ମିଡ଼ିଆରେ ନେହା ବହୁତ ଆକ୍ଟିଭ ମଧ୍ୟ ରହିଛନ୍ତି । ନେହାଙ୍କ ଇନଷ୍ଟା ପୋ‌ଷ୍ଟରୁ ଜାଣିବାକୁ ମିଳିଛି ଯେ ନେହା ବହୁ ଜଲଦି  ଘର ବସାଇବାକୁ ଯାଉଛନ୍ତି ! ନେହା ଇନଷ୍ଟାରେ କିଛି ଏଭଳି ଲେଖିଛନ୍ତି ଯେ,‘ଆଜା ଚାଲ୍ ବିହା କରିୟେ… ।’

ନେହାଙ୍କର ଏହି ପୋଷ୍ଟ ପରେ ତାଙ୍କର ବହୁ ଫ୍ୟାନ ତାଙ୍କ ବିବାହକୁ ନେଇ କଥା ହେଉଛନ୍ତି। ହେଲେ ପ୍ରକୃତରେ ଏହା ଏକ ଗୀତର ପ୍ରମୋସନ୍ । ଗୀତର ଯେଉଁ ଲାଇନ ନେହା ପୋଷ୍ଟ କରିଛନ୍ତି ସେ ତାଙ୍କ ଗୀତ ‘ଡ଼ାଇମଣ୍ତ ଦା ଛଲ୍ଲା’ରେ ରହିଛି। ନେହାଙ୍କର ଏହି ଗୀତ ଗତ ୨୬ ଅଗଷ୍ଟରେ ରିଲିଜ ହୋଇସାରିଛି। ନେହା ନିଜେ ଏହି ଗୀତରେ ଅଭିନୟ କରିବା ସହ ନୃତ୍ୟ ବି କରିଛନ୍ତି। ଏହା ସହ ନେହାଙ୍କର ଏହି ଗୀତକୁ ଫ୍ୟାନମାନେ ବହୁ ସଂଖ୍ୟାର ଭଲ ପାଇବା ଦେଇଛନ୍ତି। ଏହାସହ ନେହା ଇନଷ୍ଟାଗ୍ରାମ‌ରେ ଜୁନ ମାସ ସୁଦ୍ଧା ୪୦ ମିଲିୟନ୍ ଫଲୋୟର କ୍ରସ କରିଛନ୍ତି। ଲକଡ଼ାଉନ ସମୟ‌ରେ ମଧ୍ୟ ନେହା ନିଜ ଫ୍ୟାନମାନଙ୍କୁ ଏନଣ୍ଟରଟେନ୍ କରିବାର କୌଣସି ମୌକା ଛାଡ଼ି ନାହିଁନ୍ତି। ବ୍ୟକ୍ତିଗତ ଭାବେ ନେହା ଗୀତିକାର ହିମାଂଶୁ କୋହଲିଙ୍କୁ ଡ଼େଟ କରୁଥିଲେ। ନିଜ ସମ୍ପର୍କ ବିଷୟରେ ଦୁହେଁ ଖୁଲାସା କରିଥିଲେ। ଏହାସହ ‌ଇଣ୍ତିଆନ ଆଇଡ଼ଲ ‌ସୋ’ରେ ଗୀତିକାର ଆଦିତ୍ୟ ନାରାୟଣଙ୍କ ସହ ମିଛ ବାହାଘରକୁ ନେଇ ମଧ୍ୟ ବହୁ ଚର୍ଚ୍ଚାରେ ରହିଥିଲେ ନେହା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe