ନେହାଙ୍କ ଉପଦେଶ : କେବଳ ଗୋଟିଏ ପେସା ସହିତ ସଂଶ୍ଳିଷ୍ଟ ରହିବାର ଦିନ ସରିଯାଇଛି

ନେହାଙ୍କ ଉପଦେଶ : କେବଳ ଗୋଟିଏ ପେସା ସହିତ ସଂଶ୍ଳିଷ୍ଟ ରହିବାର ଦିନ ସରିଯାଇଛି

India.com

ବଲିଉଡ୍‌ରେ ୨୦ ବର୍ଷର ଦୀର୍ଘ କ୍ୟାରିୟର୍ ଭିତରେ ନେହା ଧୁପିୟା ନାନା ରକମର ଚରିତ୍ରରେ ଅଭିନୟ କରିଛନ୍ତି ଏବଂ ଏହି ସମୟ ମଧ୍ୟରେ ହିନ୍ଦୀ ସିନେମା ଶିଳ୍ପରେ ହୋଇଥିବା ବ୍ୟାପକ ପରିବର୍ତ୍ତନକୁ ସେ ଅତି ନିକଟରୁ ଦେଖିଛନ୍ତି। ତାଙ୍କ ଦୃଷ୍ଟିରେ ବଲିଉଡ୍‌ର କାହାଣୀରେ ବିବର୍ତ୍ତନ ହୋଇଛି ଏବଂ ଏହାର ପ୍ରତିନିଧିତ୍ବ ମଧ୍ୟ ବ୍ୟାପକ ହୋଇଛି। ତେବେ ବଲିଉଡ୍‌ର ଆଉ କେତେ ଦିଗ ନେଇ ଅଧିକ ବିତର୍କ ହେବା ଜରୁରୀ ବୋଲି ସେ ଅନୁଭବ କରନ୍ତି। ସେ ମଧ୍ୟରୁ ଅଭିନେତା ଓ ଅଭିନେତ୍ରୀଙ୍କୁ ମିଳୁଥିବା ପାରିଶ୍ରମିକରେ ଥିବା ପ୍ରଭେଦ ପ୍ରମୁଖ। ନେହା ଏକଥା ସ୍ମରଣ କରିଦେଇଛନ୍ତି ଯେ ପ୍ରିୟଙ୍କା ଚୋପ୍ରା, ଲାରା ଦତ୍ତ, ଶାହିଦ କପୁର ପ୍ରମୁଖ ତାଙ୍କ ସହିତ ଏକା ସମୟରେ ଅଭିନୟ ଆରମ୍ଭ କରିଥିଲେ।ସେମାନଙ୍କ ଚଳଚ୍ଚିତ୍ର ତାଲିକା ବହୁତ ଅଲଗା ସତ, ହେଲେ ସେମାନଙ୍କୁ ଅଭିନୟ ପାଇଁ ମିଳୁଥିବା ଦେୟର ଲିଙ୍ଗଗତ ତୁଳନା କରିବା ଏବଂ ସେଥିରେ ଥିବା ପ୍ରଭେଦକୁ ଦୂର କରିବା ଗୁରୁତ୍ବପୂର୍ଣ୍ଣ ବୋଲି ନେହା କହିଛନ୍ତି।

ମନୋରଂଜନ ଶିଳ୍ପରେ ଜଣେ ଅଭିନେତ୍ରୀର ସଫଳତା ପାଇଁ ସେ କିଛି ଉପଦେଶ ଦେଇଛନ୍ତି। ଆଜିର ଦିନରେ ଯଦି ତୁମ ଇନ୍‌ଷ୍ଟାଗ୍ରାମ୍ ପରିଚିତିରେ ଅଭିନେତ୍ରୀ, ଉପସ୍ଥାପିକା, ଇନ୍‌ଫ୍ଲୁଏନ୍‌ସର୍, ମାଆ ଇତ୍ୟାଦି ଲେଖା ହୋଇ ନାହିଁ ତେବେ ତୁମେ ସଫଳ ହୋଇପାରିବ ନାହିଁ। ଏଭଳି କହିବାର ଅର୍ଥ ହେଲା ଜଣେ ଅଭିନେତା କେବଳ ଗୋଟିଏ ପେସା ସହିତ ସଂଶ୍ଳିଷ୍ଟ ରହିବାର ଦିନ ସରିଯାଇଛି। ସେଥିପାଇଁ ନେହା ଏକାଧିକ କାମ କରିବା ଓ ଏକାଧିକ ସ୍ବୀକୃତି ହାସଲ କରିବା ଉପରେ ବିଶ୍ବାସ କରନ୍ତି। ତେଣୁ ପ୍ରତି ଦିନ ସେ ନିଜର କ୍ୟାରିୟର୍‌ ଲକ୍ଷ୍ୟ ହାସଲ ପାଇଁ କଠିନ ପରିଶ୍ରମ କରୁଛନ୍ତି।

୨୦୦୨ରେ ‘ଫେମିନା ମିସ୍ ଇଣ୍ଡିଆ’ ମୁକୁଟ ଜିଣିବା ପରେ ୨୦୦୩ର ‘କୟାମତ’ ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ ହେଇଥିଲା। ଏ ବର୍ଷ ଆରମ୍ଭରେ ତାଙ୍କ ଅଭିନୀତ ‘ଏ ଥର୍‌ସଡେ’ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଯେଉଁଥିରେ ସେ ଜଣେ ଗର୍ଭବତୀ ପୁଲିସ୍‌ବାଲା ଭୂମିକାରେ ଦେଖାଦେଇଥିଲେ। ରୋଚକ କଥା ହେଲା ସୁଟିଂ ବେଳେ ସେ ପ୍ରକୃତରେ ଆଠ ମାସର ଗର୍ଭବତୀ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe