ନୀଲ ନୀତିନଙ୍କ ଶରୀରର ରଂଗ ପାଇଁ ପ୍ରଥମରୁ ତାଙ୍କ ଉପରେ ଚିଡୁଥିଲେ କ୍ୟାଟ୍ରିନା

ଅଭିନେତା ନୀଲ ନୀତିନ ମୁକେଶଙ୍କୁ କିଏ ବା ଜାଣେନା! ନିକଟରେ ସେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ସଂପର୍କରେ ଏକ ଖୁଲାସା କରିଛନ୍ତି। ସେ କହିଛନ୍ତି କି ପ୍ରାରମ୍ଭରେ କ୍ୟାଟ୍ରିନା ନୀଲ୍‌ଙ୍କ ଶରୀରର ରଂଗକୁ ନାପସନ୍ଦ କରୁଥିଲେ। 

www.ndtv.com

ନୂଆଦିଲ୍ଲୀ: ଅଭିନେତା ନୀଲ ନୀତିନ ମୁକେଶଙ୍କୁ କିଏ ବା ଜାଣେନା! ନିକଟରେ ସେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ସଂପର୍କରେ ଏକ ଖୁଲାସା କରିଛନ୍ତି। ସେ କହିଛନ୍ତି କି ପ୍ରାରମ୍ଭରେ କ୍ୟାଟ୍ରିନା ନୀଲ୍‌ଙ୍କ ଶରୀରର ରଂଗକୁ ନାପସନ୍ଦ କରୁଥିଲେ। 

 ନୀଲ ନୀତିନ ମୁକେଶ ପ୍ରକାଶ କରିଛନ୍ତି ଯେ ତାଙ୍କର ପ୍ରଥମେ ସହ-ଅଭିନେତା କ୍ୟାଟ୍ରିନା କୈଫଙ୍କ ସହ ମନ ମିଶୁନଥିଲା। ନୀଲ କହିଛନ୍ତି ଯେ କ୍ୟାଟ୍ରିନାଙ୍କର ତାଙ୍କ ‘ରଂଗକୁ ନେଇ ସମସ୍ୟା ଥିଲା’। ଯାହାକି ସୁଟିଂ ସେଟ୍‌ରେ ଖୁବ୍‌ ଉତ୍ତେଜନା ସୃଷ୍ଟି କରୁଥିଲା। ତେବେ ଏହା ସେ ଅନ୍ୟମାନଙ୍କଠାରୁ ଶୁଣି‌ଥିଲେ ବୋଲି କୁହନ୍ତି।

"ଯେତେବେଳେ ଆମେ ପ୍ରଥମ ଦିନ ଭେଟିଥିଲୁ, ଆମେ ଶତ୍ରୁ ହୋଇଗଲୁ। ଆମେ ଏକାଠି ଆମର ପ୍ରଥମ ଦୃଶ୍ୟ ସୁଟିଂ କରୁଥିଲୁ ଏବଂ ଆମେ ଝଗଡ଼ା କରି ଚାଲିଲୁ। ସେ ମୋତେ କଟ୍‌ କରି ଚାଲିଥିଲେ। ମୁଁ ପଚାରି ଚାଲିଥାଏ କି ସମସ୍ୟା କ'ଣ?," ଏପରି ନୀଲ ନୀତିନ ମୁକେଶ ଏକ ପୋର୍ଟାଲରେ କହିଛନ୍ତି।

ତାଙ୍କ କହିବା କଥା ହେଲା କିଛି ଦିନ ପରେ ପୁଣି ଜଣାପଡ଼ିଲା ଯେ କ୍ୟାଟ୍ରିନ୍‌ଙ୍କୁ ତାଙ୍କ ରଂଗରେ ସମସ୍ୟା ଥିଲା। ଯେଉଁ କାରଣରୁ ସେ ଅଭିନେତାଙ୍କ ଉପରେ ଚିଡୁଥିଲେ। ମାତ୍ର ସମୟ କ୍ରମେ ସେ ଦୁହେଁ ଭଲ ବନ୍ଧୁ ହୋଇଗଲେ ବୋଲି ନୀତିନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe