ନିର୍ଦ୍ଦେଶକଙ୍କୁ ନପଚାରି ଆଲିଆଙ୍କୁ ଫିଲ୍ମ 'ଜିଗରା' ଅଫର କରିଥିଲେ କରଣ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ 'ଜିଗରା' ରିଲିଜ୍ ହୋଇସାରିଛି। ହେଲେ ଫିଲ୍ମକୁ ନେଇ ଯେତିକି ଆଶା ଥିଲା ସେତେ ସଫଳ ହୋଇପାରିନାହିଁ। ଏବେ କୁହାଯାଉଛି ଯେ, ନିର୍ଦ୍ଦେଶକଙ୍କୁ ନପଚାରି କାହାଣୀ ପାଇବାର ତୁରନ୍ତ ପରେ ଆଲିଆଙ୍କୁ ଫିଲ୍ମ ଅଫର କରିଦେଇଥିଲେ କରଣ ଜୋହର।

bhatt

ମୁମ୍ବାଇ: ପ୍ରେକ୍ଷାଳୟରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ବେଦାଙ୍ଗ ରାଇନାଙ୍କ ଫିଲ୍ମ 'ଜିଗରା' ମୁକ୍ତିଲାଭ କରିଛି। ଏହି ଆକ୍ସନ୍-ଡ୍ରାମା ଫିଲ୍ମରେ ଆଲିଆଙ୍କ ଆକ୍ସନ୍ ଅବତାର ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହ ଅନାଇ ବସିଥିଲେ | କିନ୍ତୁ ରିଲିଜ୍ ପରେ ଫିଲ୍ମଟି ସେତେ ଭଲ ବ୍ୟବସାୟ କରିପାରିନଥିବା ଜଣାଯାଇଛି | ଫିଲ୍ମର ଆୟକୁ ଦେଖି 'ଜିଗରା' ପ୍ରେକ୍ଷାଳୟରେ ଦର୍ଶକଙ୍କୁ ପ୍ରଭାବିତ କରିବାରେ ବିଫଳ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି |

ହେଲେ ଏବେ କୁହାଯାଉଛି ଯେ, ଯେତିକି ଆୟ ହୋଇଥିବା ନେଇ ଖବର ମିଳୁଛି ତାହା ସମ୍ପୂର୍ଣ୍ଣ ମିଛ। ନିର୍ମାତା ଜାଣିଶୁଣି ଏଭଳି ମିଛ ଖବର ପ୍ରଚାର କରୁଛନ୍ତି। ଏମିତି କି ଆଲିଆଙ୍କ ଉପରେ ଟିକେଟ କିଣିବାର ଆରୋପ ବି ଲାଗିସାରିଛି। ଏମଧ୍ୟରେ ନିର୍ଦ୍ଦେଶକ ବସନ ବାଲାଙ୍କ ଏକ ସାକ୍ଷାତକାର ଭାଇରାଲ ହେଉଛି ଯେଉଁଥିରେ ସେ କହିଥିଲେ, ବଲିଉଡ ପ୍ରଯୋଜକ-ନିର୍ଦ୍ଦେଶକ କରଣ ଜୋହର ତାଙ୍କୁ ନପଚାରି ଆଲିଆଙ୍କୁ ଫିଲ୍ମ 'ଜିଗରା' ଅଫର କରିଥିଲେ ।

ନିର୍ଦ୍ଦେଶକ ବସନ ବାଲା କହିଥିଲେ ଯେ, “ମୁଁ କରଣଙ୍କୁ ଫିଲ୍ମର ଏକ ରଫ୍ କାହାଣୀ ପଠାଇଥିଲି। ଭଲ ଭ‌ାବେ କାହାଣୀ ଲେଖା ହୋଇନଥିବାରୁ କାହାକୁ ନପଠାଇବା ପାଇଁ କରଣଙ୍କୁ କହିଥିଲି। ହେଲେ ସେ ତୁରନ୍ତ ଆଲିଆଙ୍କୁ କାହାଣୀ ପଠାଇଥିଲେ ଏବଂ ଆଲିଆ ଫିଲ୍ମ କରିବାକୁ ରାଜି ହୋଇଥିଲେ। କରଣ ମୋତେ ଫୋନ୍ କରି କହିଥିଲେ ଯେ ମୁଁ ଏହାକୁ ଆଲିଆଙ୍କ ନିକଟକୁ ପଠାଇସାରିଛି। ଏହା ଶୁଣି ମୁଁ ଖୁସି ନଥିଲି । ମୁଁ କରଣଙ୍କୁ ପଚାରିଲି 'ତୁମେ କାହିଁକି ଏଭଳି କଲ? ସେ କହିଲେ, ଏମିତି ହିଁ ସବୁ କିଛି ହୁଏ। ଆମେ କିଛି ଦିନ ମଧ୍ୟରେ ଦେଖା ହେବା। ”

ଏହି ସାକ୍ଷାତକାର ଭାଇରାଲ ହେବା ପରେ କରଣ ଜାଣିଶୁଣି ଆଲିଆଙ୍କ ଗଡଫାଦର ହୋଇଥିବାରୁ ତାଙ୍କୁ ଫିଲ୍ମ ଅଫର କରିଦେଲେ ଏବଂ ଅନ୍ୟ କାହାକୁ ନେବାକୁ ଚିନ୍ତା କଲେନି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି। ଟ୍ରୋଲ ହେବାରୁ କରଣ କହିଛନ୍ତି, "ସାକ୍ଷାତକାର ପୂରା ଦେଖ। ବସନ, ଆଲିଆଙ୍କ ସହ କାମ କରିବାକୁ ଚାହୁଥିଲେ। ହେଲେ ମୁଁ ପଠାଇଥିବା କାହାଣୀ ରଫ୍ ଥିବାରୁ ସେଥିରେ ବ୍ୟାକରଣ ଭୁଲ ଥିବା କହି ମୋତେ ବସନ ପଠାଇବାକୁ ମନା କରିଥିଲେ। ଅନ୍ୟ କୌଣସି କାରଣ ନଥିଲା।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe