ଏତେ କୋଟିର ମାଲିକ ୱାଇଲ୍ଡ ଫାୟାର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

‘ପୁଷ୍ପା ୨: ଦି ରୁଲ୍’ ଚାରି ଦିନ ମଧ୍ୟରେ ୮୦୦କୋଟି ପାର୍ କରିଥିବା ବେଳେ ୭ଦିନ ହେବା ପୂର୍ବରୁ ହିଁ ଫିଲ୍ମଟି ୧୦୦୦କୋଟି ପାର୍ କରିବ ବୋଲି କୁହାଯାଉଛି। ଏମଧ୍ୟରେ ଅଲ୍ଲୁ ଅର୍ଜୁନଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ‌ହୋଇଛି।

talluarjty

ନୂଆଦିଲ୍ଲୀନିଜ ଅଭିନୟ ଓ ନୃତ୍ୟ କରିବାର ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ତେଲୁଗୁ ଅଭିନେତା। ଏବେ ସେ ନିଜ ଫିଲ୍ମ ‘ପୁଷ୍ପା-୨’ର ମୁକ୍ତିଲାଭ ପରେ ଲାଇମଲାଇଟରେ ଅଛନ୍ତି ଅଭିନେତା | ‘ପୁଷ୍ପା ୨: ଦି ରୁଲ୍’ ଚାରି ଦିନ ମଧ୍ୟରେ ୮୦୦କୋଟି ପାର୍ କରିଥିବା ବେଳେ ୭ଦିନ ହେବା ପୂର୍ବରୁ ହିଁ ଫିଲ୍ମଟି ୧୦୦୦କୋଟି ପାର୍ କରିବ ବୋଲି କୁହାଯାଉଛି। ଏମଧ୍ୟରେ ଅଲ୍ଲୁ ଅର୍ଜୁନଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ‌ହୋଇଛି। ଅଭିନେତା କିଭଳି ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଛନ୍ତି, ଫିଲ୍ମ ଓ ବ୍ୟବସାୟରୁ କେତେ ଟଙ୍କା ଆୟ କରୁଛନ୍ତି ଓ କେଉଁ ସ୍ଥାନରେ ତାଙ୍କର କ‌େତେ ସମ୍ପତ୍ତି ରହିଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଅଲ୍ଲୁ ଏବେ ୪୬୦କୋଟି ଟଙ୍କାର ମାଲିକ ଅଟନ୍ତି। ତାଙ୍କର ବାର୍ଷିକ ଆୟ ୯୦କୋଟି ଟଙ୍କା ହୋଇଥିବା ବେଳେ ପ୍ରତି ଚଳଚ୍ଚିତ୍ର ପାଇଁ ସେ ୬୫କୋଟି ଟଙ୍କା ପାରିଶ୍ରମିକ ‌ନିଅନ୍ତି, ଯାହା ଏବେ ୩୦୦କୋଟିକୁ ବଢ଼ିଥିବା କୁହାଯାଉଛି। ୧୨ଟି ବ୍ରାଣ୍ଡର ସେ ବ୍ରାଣ୍ଡ ଆମ୍ବାସାଡର ଥିବା ବେଳେ ବ୍ରାଣ୍ଡର ପ୍ରତିଟି ପ୍ରମୋସନ ପାଇଁ ୧୦କୋଟି ଟଙ୍କା ପାରିଶ୍ରମିକ ‌ନିଅନ୍ତି ଅଲ୍ଲୁ। ଏହା ବ୍ୟତୀତ ହାଇଦ୍ରାବାଦରେ ୧୫୦୦୦ ସ୍କୋୟାର ଫିଟରେ ତାଙ୍କର ଏକ ବଡ଼ ଘର ରହିଛି, ଯାହାର ମୂଲ୍ୟ ୪୦କୋଟି। ଏହା ସହ ସେ ହାଇଦ୍ରାବାଦରେ ଓ ହାଇଦ୍ରାବାଦ ପାଖାପାଖି ୬୦କୋଟି ଟଙ୍କାର ଜମି କିଣିଛନ୍ତି।

ତାଙ୍କ ପାଖରେ ବିଭିନ୍ନ ଦାମୀ କାର୍ ରହିଥିବା ବେଳେ ୭କୋଟି ଟଙ୍କାର ଏକ ଭ୍ୟାନିଟି ଭ୍ୟାନ୍ ରହିଛି। କାର୍ ସହ ଏକ ପ୍ରାଇଭେଟ ଜେଟର ମାଲିକ ଅଟନ୍ତି ଅଲ୍ଲୁ। ତାଙ୍କ ପାଖରେ ୮୦କୋଟି ଟଙ୍କାର ପ୍ରାଇଭେଟ ଜେଟ ରହିଛି, ଯାହାକୁ ହାଇଦ୍ରାବାଦର ଶମଶାବାଦ ବିମାନବନ୍ଦରରେ ରଖାଯାଇଛି। ବାହାରକୁ ଯିବାର ଥିବା ବେଳେ ଅଲ୍ଲୁ ଏହି ବିମାନରେ ପରିବାର ସହ ଯାତ୍ରା କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe