ଛାଡ଼ପତ୍ର ଖବର ମଧ୍ୟରେ ଗୋବିନ୍ଦାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ

ଗୋବିନ୍ଦା ଏବେ ଜଣେ ମରାଠୀ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଚର୍ଚ୍ଚା ହେଉଛି। ଏହି କାରଣରୁ ସେ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଯୋଜନା ମଧ୍ୟ କରୁଛନ୍ତି ବୋଲି ସାମ୍ନାକୁ ଆସିଛି। ଏହି ଚର୍ଚ୍ଚା ମଧ୍ୟରେ ଗୋବିନ୍ଦାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

govinda

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା କୌଣସି ନା କୌଣସି କାରଣରୁ ଖବରରେ ରହିଥାନ୍ତି। ଏବେ ଖବର ଆସିଛି ଯେ ଉଭୟଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ଚାଲିନାହିଁ। ଗୋବିନ୍ଦାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ

ସୂଚନା ଅନୁଯାୟୀ, ଗୋବିନ୍ଦା ମୋଟ ୧୫୧କୋଟି ଟଙ୍କାର ମାଲିକ ଅଟନ୍ତି। ବର୍ଷକୁ ସେ ୧୬କୋଟି ଟଙ୍କା ଆୟ କରୁଥିବା ବେଳେ ବିଭିନ୍ନ ବିଜ୍ଞାପନ ପ‌ାଇଁ ସେ ୨କୋଟି ପାରିଶ୍ରମିକ ନେଉଥିବା ଜଣାଯାଇଛି। ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଅଭିନେତା ମୁମ୍ବାଇରେ ଦୁଇଟି ବିଳାସପୂର୍ଣ୍ଣ ଏବଂ ମହଙ୍ଗା ସମ୍ପତ୍ତିର ମାଲିକ ଅଟନ୍ତି | ଏଥିମଧ୍ୟରୁ ଗୋଟିଏ ଜୁହୁର ରୁଇଆ ପାର୍କରେ ଥିବାବେଳେ ଅନ୍ୟଟି ମଡ୍ ଦ୍ୱୀପରେ ରହିଛି । ତାଙ୍କ ଘରର ଆନୁମାନିକ ମୂଲ୍ୟ ପ୍ରାୟ ୧୬କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ବ୍ୟତୀତ ସେ ଅନେକ ରିଅଲ୍ ଇଷ୍ଟେଟ୍ ସମ୍ପତ୍ତିରେ ବିପୁଳ ପୁଞ୍ଜି ବିନିଯୋଗ କରିଛନ୍ତି |

ଗୋଟାଏ ଫିଲ୍ମ କରିବା ପାଇଁ ଗୋବିନ୍ଦା ପ୍ରାୟ ୫-୬କୋଟି ଟଙ୍କା ପାରିଶ୍ରମିକ ନିଅନ୍ତି। ତାଙ୍କର ଅନେକ ବିଳାସପୂର୍ଣ୍ଣ ଏବଂ ମହଙ୍ଗା କାର ଅଛି, ଯେଉଁଥିରେ ମିଟସୁବିସି ଲାନ୍ସର୍, ଫୋର୍ଡ ଏଣ୍ଡେଆଭର୍ ଭଳି କାର ଅନ୍ତର୍ଭୁକ୍ତ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe