ମୁମ୍ବାଇ: ବଲିଉଡ୍ରେ କିଙ୍ଗ୍ ଖାନ୍ ଶାହରୁଖଙ୍କ ପୁଅ ୨୮ ବର୍ଷୀୟ ଆରୟନ ଖାନଙ୍କ କ୍ରେଜ କିଛି କମ ନୁହେଁ। ନିର୍ଦ୍ଦେଶକ ଭାବରେ କ୍ୟାରିଅର ଆରମ୍ଭ କରିଥିବା ଆରୟନ କେବଳ ଷ୍ଚାର କିଡ୍ ନୁହଁନ୍ତି ବରଂ ସେ ବଲିଉଡର ଧନୀ ଷ୍ଚାର କିଡ୍ମାନଙ୍କ ମଧ୍ୟରୁ ଜଣେ ମଧ୍ୟ। କୌଣସି ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ କାମ ନକରି ବି ସେ ଅନେକ ଲୋକପ୍ରିୟ କଳାକାରଙ୍କଠାରୁ ଅଧିକ ଧନୀ।
ପିତା କିଙ୍ଗ ଖାନ ଅଭିନୟ ମାଧ୍ୟମରେ ବଲିଉଡରେ ଶୀର୍ଷସ୍ଥାନ ହାସଲ କରିଥିବା ବେଳେ ଆରୟନ ନିର୍ଦ୍ଦେଶକ ଭାବରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ମୁମ୍ବାଇରେ ୧୯୯୭ ମସିହାରେ ଜନ୍ମଗ୍ରହଣ କରିଥିବା ଆରୟନ ଧିରୁଭାଇ ଅମ୍ବାନୀ ସ୍କୁଲରୁ ନିଜର ସ୍କୁଲ ପାଠପଢା ଆରମ୍ଭ କରିଥିଲେ। ତା'ପରେ ସେ ଲଣ୍ଡନର ସେଭେନୋକ୍ସ ସ୍କୁଲରେ ପଢିଥିଲେ। ଏହା ପରେ ସେ ଦକ୍ଷିଣ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର USC School of Cinematic Artsରୁ ଫିଲ୍ମ ଏବଂ ଟେଲିଭିଜନ ପ୍ରଡକ୍ସନରେ ଡିଗ୍ରୀ ହାସଲ କରିଥିଲେ। ଡିଗ୍ରୀ ହାସଲ କରିବା ପରେ ଆରୟନ ଖାନ ତାଙ୍କ ପ୍ରଥମ ନେଟଫ୍ଲିକ୍ସ ସିରିଜ୍, ଦି ବ୍ୟାଡ୍ସ ଅଫ୍ ବଲିଉଡ୍ ପାଇଁ କାମ କରିବା ଆରମ୍ଭ କରିଥିଲେ। ଏହି ସିରିଜ୍ ରିଲିଜ୍ ହେବା ପରେ ଆରୟନଙ୍କ ନିର୍ଦ୍ଦେଶନାକୁ ବେଶ୍ ପ୍ରଶଂସା କରାଯାଇଥିଲା ।
କେତେ ସମ୍ପତ୍ତିର ମାଲିକ ଆରୟନ?
ତେବେ ଆରୟନ କେବଳ ଜଣେ ନିର୍ଦ୍ଦେଶକ ନୁହଁନ୍ତି, ସେ ଜଣେ ସଫଳ ଉଦ୍ୟୋଗୀ ମଧ୍ୟ। ୨୦୨୨ ମସିହାରେ ସେ ନିଜର ଏକ ବିଳାସପୂର୍ଣ୍ଣ ବ୍ରାଣ୍ଡ D'YAVOL ଲଞ୍ଚ କରିଥିଲେ । ବ୍ରାଣ୍ଡ ଲଞ୍ଚ ହେବା ପରେ ପୋଷାକର ଦାମ୍କୁ ନେଇ ତାଙ୍କୁ ଟ୍ରୋଲ କରାଯାଇଥିଲା। ତାଙ୍କ ବ୍ରାଣ୍ଡର ଜ୍ୟାକେଟ୍ର ମୁଲ୍ୟ ୨୦୦,୦୦୦ ଟଙ୍କା ରହିଥିବା ବେଳେ ଟି-ସାର୍ଟର ମୁଲ୍ୟ ୨୪,୪୦୦ ଟଙ୍କା ରହିଥିଲା। ଅଧିକ ଦାମ୍ ସତ୍ତ୍ବେ ପ୍ରଥମେ ସମାଲୋଚନାର ଶିକାର ହୋଇଥିବା ଆରୟନଙ୍କୁ ଏଥିରେ ସଫଳତା ମିଳିବା ଆରମ୍ଭ ହୋଇଥିଲା। ଯଦି ଆମେ ତାଙ୍କ ସମ୍ପତ୍ତି ବିଷୟରେ କହିବା ତେବେ ସେ ମୋଟ ୮୦କୋଟିର ମାଲିକ ହେବେ। ତାଙ୍କ ପାଖରେ ସ୍ପୋର୍ଟସ୍ କାର ବ୍ୟତୀତ Audi A6, BMW 730 LD, Mercedes GLS 350D, ଏବଂ GLE 43 AMG Coupe ଭଳି ଅନେକ ବିଳାସପୂର୍ଣ୍ଣ କାର ରହିଛି ।
ଆହୁରି ପଢ଼ନ୍ତୁ: Delhi Blast case: i20 ପରେ ଏବେ ସୁରକ୍ଷା ଏଜେନ୍ସିର ଚିନ୍ତା ବଢ଼ାଇଲା ଲାଲ୍ EcoSport କାର୍, ହାଇଆଲର୍ଟରେ ପୁଲିସ
ଆହୁରି ପଢ଼ନ୍ତୁ: Xiaomi Water Guard 2: ସାଓମି ଲଞ୍ଚ୍ କଲା ୱାଟର୍ ଗାର୍ଡ-୨: ଏଣିକି ପାଣି ଲିକ୍ ଧରିବ ଡିଭାଇସ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/12/aryan-khan-2025-11-12-17-36-04.jpg)