ନୂଆଦିଲ୍ଲୀ: ସାଓମି କମ୍ପାନି ଆନୁଷ୍ଠାନିକ ଭାବେ ଏକ ସ୍ମାର୍ଟ ଲିକ୍‌ ଡିଟେକ୍‌ସନ୍‌ ଡିଭାଇସ୍‌ ସାଓମି ୱାଟର୍‌ ଗାର୍ଡ୨ ଲଞ୍ଚ କରିଛି। ଏହି ଡିଭାଇସ୍‌ ବିଭିନ୍ନ ଘରୋଇ ପରିସ୍ଥିତିରେ ପାଣି ଲିକ୍‌ ଚିହ୍ନଟ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହାର ବ୍ୟାଟେରି ଲାଇଫ୍‌ ୩ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ଏହା Xiaomi HyperOS ଇକୋସିଷ୍ଟମ୍‌ର ଅନ୍ୟ ସ୍ମାର୍ଟ ଡିଭାଇସ୍‌ ସହିତ ମଧ୍ୟ ଯୋଗାଯୋ‌ଗ କରିପାରିବ।

Advertisment

ସାଓମି ୱାଟର୍‌ ଗାର୍ଡ-୨ର ମୂଲ୍ୟ

ସାଓମି ୱାଟର୍‌ ଗାର୍ଡ୨ର ମୂଲ୍ୟ ୬୯ ୟୁଆନ (ପ୍ରାୟ ୮୮୬ ଟଙ୍କା)। ଏହା Xiaomi Youpin ସମେତ ଅନେକ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ମଧ୍ୟ ଉପଲବ୍ଧ। 

ସାଓମି ୱାଟର୍‌ ଗାର୍ଡ୨ର ବୈଶିଷ୍ଟ୍ୟ

ଏଥିରେ ୫୫ଏମ୍‌ଏମ୍‌ ବ୍ୟାସ ଓ ୧୯.୫ଏମ୍‌ଏମ୍‌ ମୋଟେଇ ସହିତ ଏକ କମ୍ପାକ୍ଟ ଗୋଲାକାର ଡିଜାଇନ୍‌ ରହିଛି। ସାଓମି ଆଉଟର୍‌ ସେଲ୍ ଓ ବଟନ୍‌ଗୁଡ଼ିକ ପାଇଁ ଏକ ଡୁଆଲ୍-କଲର୍‌ର ଇଞ୍ଜେକ୍ସନ୍‌ ମୋଲ୍‌ଡିଂ ପ୍ରକ୍ରିୟା ବ୍ୟବହାର କରାଯାଇଛି। ଡିଭାଇସ୍‌ଟି ଧୂଳି ଓ ଜଳ ପ୍ରତିରୋଧ ପାଇଁ IP67 ମୂଲ୍ୟାଙ୍କିତ ହୋଇଥିବାରୁ ଏହା ଆର୍ଦ୍ର ଓ ଧୂଳିମୟ ପରିବେଶରେ ମଧ୍ୟ ସହଜ ଭାବେ କାର୍ଯ୍ୟ କରିପାରିବ। ସାଓମି ଡିଭାଇସ୍‌ରେ ଦୁଇ ପ୍ରକାରର ୱାଟର୍‌ ଡିଟେକ୍‌ସନ୍‌ ସିଷ୍ଟମ୍‌ ରହିଛି। ତଳଭାଗରେ ଡୁଆଲ୍‌-ପ୍ରୋବ୍‌ ସେନ୍‌ସର୍‌ ୦.୫ଏମ୍‌ଏମ୍‌ ପର୍ଯ୍ୟନ୍ତ ଜମିଥିବା ପାଣିକୁ ଚିହ୍ନଟ କରିପାରିବ, ଯେତେବେଳେ ଉପର ସେନ୍‌ସର୍‌ ଟପ୍‌ଟପ୍‌ ପଡ଼ୁଥିବା କିମ୍ବା ଛିଟାପଡ଼ୁଥିବା ପାଣିକୁ‌ ଚିହ୍ନଟ କରିପାରିବ। ଏହି ଡୁଆଲ୍‌-ସେନ୍‌ସର୍‌ ପ୍ରଯୁକ୍ତିବିଦ୍ୟା ଉଚ୍ଚସ୍ଥାନ ସହିତ ସିଙ୍କ୍‌ ତଳେ କିମ୍ବା ୱାସିଂ ମେସିନ୍‌ ପାଖରେ ଥିବା ଲିକ୍‌କୁ ମଧ୍ୟ ଚିହ୍ନଟ କରିପାରେ।
   
ଏହି ଡିଭାଇସ୍‌ ଲିକ୍‌ ଚିହ୍ନଟ ପାଇଁ ତିନି ପ୍ରକାରର ଆଲର୍ଟ ପ୍ରଦାନ କରିଥାଏ। ଏଥିରେ ଏକ ବିଲ୍‌ଟ-ଇନ୍‌ ବଜର୍‌ ଓ ଏଲ୍‌ଇଡି ଇଣ୍ଡିକେଟର୍‌ ଅନ୍ତର୍ଭୁକ୍ତ ଯାହା ଶବ୍ଦ ଓ ଆଲୋକ ନୋଟିଫିକେସନ୍‌ ପଠାଏ। ଏହା ଡିଭାଇସ୍‌ଟି ଅଫ୍‌ଲାଇନ୍‌ ଥିବା ସମୟରେ ମଧ୍ୟ କାମ କରିଥାଏ। ବ୍ୟବହାରକାରୀମାନେ Mi Home ଆପ୍‌ ମାଧ୍ୟମରେ ରିମୋଟ୍‌ ଆଲର୍ଟ ପାଇପାରିବେ। ରିଅଲ୍‌-ଟାଇମ୍‌ ଜଳ ସ୍ଥିତିକୁ ମନିଟର୍‌ କରିପାରିବେ, ଆଲର୍ଟ ଫ୍ରିକ୍ୱେନ୍ସି ଆଡ୍‌ଜଷ୍ଟ କରିପାରିବେ ଏବଂ ବ୍ୟାଟେରି ଲେବଲ୍‌କୁ ବି ଯାଞ୍ଚ କରିପାରିବେ।

ଆହୁରି ପଢନ୍ତୁ- babies at risk due to air pollution: ବାୟୁ ପ୍ରଦୂଷଣ ଯୋଗୁଁ ବିପଦରେ ଗର୍ଭସ୍ଥ ଶିଶୁ
  
ସାଓମି ବ୍ଲୁଟୁଥ୍‌ ମେସ୍‌ ଗେଟ୍‌ୱେ ସହିତ ପେୟାର୍‌ ହେଲେ ଏହା ସାଓମି HyperOS ଇକୋସିଷ୍ଟମ୍‌ର ଅନ୍ୟ ସ୍ମାର୍ଟ ଡିଭାଇସ୍‌ଗୁଡ଼ିକ ସହିତ ମଧ୍ୟ ଯୋଗାଯୋଗ କରିପାରିବ। ଉଦାହରଣ ସ୍ୱରୂପ, ବୈଦ୍ୟୁତିକ ବିପଦକୁ ହ୍ରାସ କରିବା ପାଇଁ ଲିକ୍‌ ଚିହ୍ନଟ ହେଲେ ଏହା ସ୍ୱୟଂଚାଳିତ ଭାବରେ ସଂଯୁକ୍ତ ସ୍ମାର୍ଟ ସକେଟ୍‌ଗୁଡ଼ିକୁ ବନ୍ଦ କରିପାରେ। ୱାଟର୍‌ ଗାର୍ଡ୨ ବ୍ଲୁଟୁଥ୍‌ ୫.୨କୁ ସପୋର୍ଟ କରେ ଏବଂ ଏଥିରେ CR2450 କଏନ୍‌ ସେଲ୍‌ ବ୍ୟାଟେରି ଆବଶ୍ୟକ ହୋଇଥାଏ। ଅଲ୍‌ଟ୍ରା-ଲୋ ପାୱାର୍‌ ଡିଜାଇନ୍‌ ତିନି ବର୍ଷ ପର୍ଯ୍ୟନ୍ତ ବ୍ୟାଟେରି ଲାଇଫ୍‌କୁ ସୁନିଶ୍ଚିତ କରେ। ଏହି ଡିଭାଇସ୍‌ରେ ଏକ ନିକେଲ୍‌-ପ୍ଲେଟେଡ୍‌ ରଷ୍ଟ-ମୁକ୍ତ ପ୍ରୋବ୍‌ ଏବଂ ଆଣ୍ଟି-ୟୁଭି ସାମଗ୍ରୀ ବ୍ୟବହାର ହୋଇଛି।

ରିପୋର୍ଟ- ପ୍ରଜ୍ଞା ନିବେଦିତା ନାୟକ

ଆହୁରି ପଢନ୍ତୁ- Delhi Blast case: i20 ପରେ ଏବେ ସୁରକ୍ଷା ଏଜେନ୍ସିର ଚିନ୍ତା ବଢ଼ାଇଲା ଲାଲ୍ EcoSport କାର୍, ହାଇଆଲର୍ଟରେ ପୁଲିସ