ମୁମ୍ବାଇ: ବଲିଉଡ ବାଦଶାହ ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ ଜଣେ ଅଭିନେତ୍ରୀ ହୋଇନଥିଲେ ବି ସେ ନିଜ କାମ ଏବଂ ଷ୍ଟାଇଲିସ୍ ଲୁକ୍ ପାଇଁ ଚର୍ଚ୍ଚାରେ ରୁହନ୍ତି। ଗୌରୀ କେବଳ ଶାହାରୁଖଙ୍କ ପତ୍ନୀ ନୁହଁନ୍ତି ବରଂ ଜଣେ ଜଣାଶୁଣା ଇଣ୍ଟେରିୟର ଡିଜାଇନର୍ ମଧ୍ୟ | ଏହା ବ୍ୟତୀତ ତାଙ୍କର ଅନ୍ୟାନ୍ୟ ବ୍ୟବସାୟ ଅଛି | ଆଜି ଆମେ ଆପଣଙ୍କୁ ତାଙ୍କ ମୋଟ ସମ୍ପତ୍ତି ବିଷୟରେ କହିବୁ।
ଗୌରୀ ଖାନ ବି-ଟାଉନର ଜଣେ ପ୍ରସିଦ୍ଧ ଇଣ୍ଟେରିୟର ଡିଜାଇନର୍ | ସେ ବର୍ତ୍ତମାନ ପର୍ଯ୍ୟନ୍ତ କରଣ ଜୋହର, କ୍ୟାଟ୍ରିନା କୈଫ ଏବଂ ମଲାଇକା ଆରୋରାଙ୍କ ଭଳି ତାରକାଙ୍କ ଘରକୁ ଡିଜାଇନ କରିସାରିଛନ୍ତି। ଏହା ସହିତ ଗୌରୀ ଜଣେ ଚଳଚ୍ଚିତ୍ର ନିର୍ମାତା ହୋଇଥିବା ବେଳେ ତାଙ୍କର ଏକ ରେଷ୍ଟୁରାଣ୍ଟ ମଧ୍ୟ ଅଛି | ସେ ଏହି ସମସ୍ତ ବ୍ୟବସାୟ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରନ୍ତି | ଗୌରୀଙ୍କର ନିଜସ୍ୱ ଏକ ପ୍ରଡକ୍ସନ୍ ହାଉସ୍ ଏବଂ ଡିଜାଇନିଂ କମ୍ପାନି ମଧ୍ୟ ଅଛି | ଏହା ସହିତ ତାଙ୍କର ମୁମ୍ବାଇ, ଦିଲ୍ଲୀ, ଅଲିବାଗ, ଲଣ୍ଡନ, ଦୁବାଇ ଏବଂ ଲସ୍ ଆଞ୍ଜେଲସରେ କୋଟି କୋଟି ମୂଲ୍ୟର ଘରର ରହିଛି।
ଜାତୀୟ ଗଣମାଧ୍ୟମ ମୁତାବକ, ସେ ମୋଟ ୧୬୦୦କୋଟି ଟଙ୍କାର ମାଲିକାଣୀ ଅଟନ୍ତି। ଗୌରୀ, ଶାହରୁଖଙ୍କୁ ୬ବର୍ଷ ଡେଟ୍ କରିବା ପରେ ବିବାହ କରିଥିଲେ। ବିବାହ ପରେ ଦୁହେଁ ୩ଟି ସନ୍ତାନର ପିତାମାତା ହୋଇଛନ୍ତି।
Follow Us