ଏତେ କୋଟିର ମାଲିକ ରାଜା ବାବୁ

ଚର୍ଚ୍ଚାରେ ବଲିଉଡ ସୁପରଷ୍ଟାର ଗୋବିନ୍ଦା । ପତ୍ନୀଙ୍କ ସାକ୍ଷାତକାର ଭାଇରାଲ ହେବା ପରେ ଏବେ ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାରେ ରହିଛି। ଏମଧ୍ୟରେ ତାଙ୍କର ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

tgobinu

ମୁମ୍ବାଇ: ଦିନ ଥିଲା ଯେତେବେଳେ ଗୋବିନ୍ଦା ବଲିଉଡର ସୁପରଷ୍ଟାର ଥିଲେ। ପ୍ରତ୍ୟୋକ ପ୍ରଯୋଜକ-ନିର୍ଦ୍ଦେଶକ ତାଙ୍କୁ ନିଜ ଫିଲ୍ମରେ ନେବାକୁ ଚାହୁଥିଲେ। ତାଙ୍କ ନୃତ୍ୟ ଏବଂ ଅଭିନୟ ପ୍ରଶଂସକଙ୍କୁ ବାନ୍ଧି ରଖୁଥିଲା। ନିଜ ଅଭିନୟ ବଳରେ ଗୋବିନ୍ଦା ତାଙ୍କ ବୃତ୍ତିଗତ ଜୀବନରେ ବହୁତ ସଫଳ ହୋଇଛନ୍ତି। ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ କଥା କହିବାକୁ ଗଲେ ସେ ସୁନୀତା ଅହୁଜାଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ଏବେ ଗୋବିନ୍ଦା ଫିଲ୍ମରୁ ଦୂରେଇ ରହିଥିଲେ ବି ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହୁଛନ୍ତି। ଏମଧ୍ୟରେ ଗୋବିନ୍ଦା କେତେ କୋଟିର ମାଲିକ, ତାହା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଗୋବିନ୍ଦା ମୋଟ ୧୫୧କୋଟି ଟଙ୍କାର ମାଲିକ ଅଟନ୍ତି। ବର୍ଷକୁ ସେ ୧୬କୋଟି ଟଙ୍କା ଆୟ କରୁଥିବା ବେଳେ ବିଭିନ୍ନ ବିଜ୍ଞାପନ ପ‌ାଇଁ ସେ ୨କୋଟି ପାରିଶ୍ରମିକ ନେଉଥିବା ଜଣାଯାଇଛି। ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଅଭିନେତା ମୁମ୍ବାଇରେ ଦୁଇଟି ବିଳାସପୂର୍ଣ୍ଣ ଏବଂ ମହଙ୍ଗା ସମ୍ପତ୍ତିର ମାଲିକ ଅଟନ୍ତି | ଏଥିମଧ୍ୟରୁ ଗୋଟିଏ ଜୁହୁର ରୁଇଆ ପାର୍କରେ ଥିବାବେଳେ ଅନ୍ୟଟି ମଡ୍ ଦ୍ୱୀପରେ ରହିଛି । ତାଙ୍କ ଘରର ଆନୁମାନିକ ମୂଲ୍ୟ ପ୍ରାୟ ୧୬କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ବ୍ୟତୀତ ସେ ଅନେକ ରିଅଲ୍ ଇଷ୍ଟେଟ୍ ସମ୍ପତ୍ତିରେ ବିପୁଳ ପୁଞ୍ଜି ବିନିଯୋଗ କରିଛନ୍ତି |

ଗୋଟାଏ ଫିଲ୍ମ କରିବା ପାଇଁ ଗୋବିନ୍ଦା ପ୍ରାୟ ୫-୬କୋଟି ଟଙ୍କା ପାରିଶ୍ରମିକ ନିଅନ୍ତି। ତାଙ୍କର ଅନେକ ବିଳାସପୂର୍ଣ୍ଣ ଏବଂ ମହଙ୍ଗା କାର ଅଛି, ଯେଉଁଥିରେ ମିଟସୁବିସି ଲାନ୍ସର୍, ଫୋର୍ଡ ଏଣ୍ଡେଆଭର୍ ଭଳି କାର ଅନ୍ତର୍ଭୁକ୍ତ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe