ବିବାହ ପୂର୍ବରୁ ଶୋଭିତାଙ୍କ ସମ୍ପତ୍ତିକୁ ନେଇ ଆରମ୍ଭ ହେଲା ଚର୍ଚ୍ଚା

ଚୈତନ୍ୟଙ୍କ ସହ ନିର୍ବନ୍ଧ କରିବା ପରେ ଏବେ ଶୋଭିତାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି | ସମ୍ପତ୍ତି ତୁଳନାରେ ଉଭୟ ନାଗାର୍ଜୁନ ଓ ଚୈତନ୍ୟଙ୍କଠାରୁ ସେ ଢେର ପଛରେ ଥିବା ଜଣାପଡିଛି |

tchai

ନୂଆଦିଲ୍ଲୀ: ସାଉଥ ଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ବହୁତ ଲୁଚାଇ ରଖିଥିବା ବେଳେ କିଛି ଦିନ ତଳେ ନିର୍ବନ୍ଧ କରି ନିଜ ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ। ଅଗଷ୍ଟ ମାସ ଆରମ୍ଭରେ, ସେମାନେ ନିର୍ବନ୍ଧ କରି ପରସ୍ପରକୁ ଭଲ ପାଉଥିବା ବିଷୟରେ ସାର୍ବଜନୀନ କରିଥିଲେ। ନିର୍ବନ୍ଧ ପରେ ପ୍ରଶଂସକମାନେ ଏହି ଦମ୍ପତିଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ଏବେ ଚୈତନ୍ୟ ଏବଂ ଶୋଭିତାଙ୍କ ବିବାହର ତାରିଖକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଦୁହେଁ ଡିସେମ୍ବର ୪ରେ ବିବାହ କରିବେ ବୋଲି ଜଣାପଡିଛି | 

ତେବେ ଚୈତନ୍ୟଙ୍କ ବିବାହ ତାରିଖ ସାମ୍ନାକୁ ଆସିବା ପରେ ଏବେ ଶୋଭିତାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି | ସମ୍ପତ୍ତି ତୁଳନାରେ ଉଭୟ ନାଗାର୍ଜୁନ ଓ ଚୈତନ୍ୟଙ୍କଠାରୁ ସେ ଢେର ପଛରେ ଥିବା ଜଣାପଡିଛି | ଜାତୀୟ ଗଣମାଧ୍ୟମ ମୁତାବକ, ନାଗାର୍ଜୁନ ସାଉଥ ଫିଲ୍ମର ସବୁଠୁ ଧନୀ ଅଭିନେତା ହୋଇଥିବା ବେଳେ ମୋଟ ୩,୧୦୦କୋଟିର ମାଲିକ ଅଟନ୍ତି | ତାଙ୍କ ପୁଅ ଚୈତନ୍ୟଙ୍କ ସମ୍ପତ୍ତି ଦେଖିବାକୁ ଗଲେ ସେ ମୋଟ ୧୫୪କୋଟି ଟଙ୍କାର ମାଲିକ ଅଟନ୍ତି | ଯଦି ଆମେ ଶୋଭିତାଙ୍କ ମୋଟ ସମ୍ପତ୍ତି ଦେଖିବା ତେବେ ସେ ମାତ୍ର ୭-୧୦କୋଟି ଟଙ୍କାର ମାଲିକାଣୀ ବୋଲି ଜଣାପଡିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe