ସମ୍ପତ୍ତି ତୁଳନାରେ ସୋନାକ୍ଷୀଙ୍କଠାରୁ ଢ଼େର ପଛରେ ସ୍ବାମୀ ଜହିର

Advertisment

ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ଜୀବନର ଏକ ନୂଆ ପର୍ଯ୍ୟାୟରେ ପାଦ ଦେଇସାରିଛନ୍ତି। ସେ ତାଙ୍କର ପ୍ରେମିକ ଜହିର ଇକବାଲଙ୍କୁ ଜୁନ୍ ୨୩ରେ ବିବାହ କରିଥିଲେ। ଏବେ ଦୁହିଁଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ଜୀବନର ଏକ ନୂଆ ପର୍ଯ୍ୟାୟରେ ପାଦ ଦେଇସାରିଛନ୍ତି। ସେ ତାଙ୍କର ପ୍ରେମିକ ଜହିର ଇକବାଲଙ୍କୁ ଜୁନ୍ ୨୩ରେ ବିବାହ କରିଥିଲେ। ଏବେ ଦୁହିଁଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

optx

ମୁମ୍ବାଇ: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ଜୀବନର ଏକ ନୂଆ ପର୍ଯ୍ୟାୟରେ ପାଦ ଦେଇସାରିଛନ୍ତି। ସେ ତାଙ୍କର ପ୍ରେମିକ ଜହିର ଇକବାଲଙ୍କୁ ଜୁନ୍ ୨୩ରେ ବିବାହ କରିଥିଲେ। ଦିନରେ ସୋନାକ୍ଷୀ କୋର୍ଟ ମ୍ୟାରେଜ୍ କରିଥିଲେ, ଯେଉଁଥିରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହା ପରେ ରାତିରେ ନିଜର ବଲିଉଡ ସାଙ୍ଗମାନଙ୍କ ପାଇଁ ସେ ବଡ଼ ବିବାହ ଭୋଜିର ଆୟୋଜନ କରିଥିଲେ। ଦିନରେ ଧଳା ରଙ୍ଗର ଶାଢ଼ି ପିନ୍ଧିଥିବା ସୋନାକ୍ଷୀ ରାତିରେ ଲାଲ ରଙ୍ଗର ଶାଢ଼ି ପିନ୍ଧିଥିଲେ। ମଥାରେ ସିନ୍ଦୂର ଲଗାଇବା ସହ ଲାଲ ଶାଢ଼ିରେ ସେ ଖୁବ ସୁନ୍ଦର ଦିଶୁଥିଲେ।

ଯେତେବେଳେ ସୋନାକ୍ଷୀ, ଜହିରଙ୍କୁ ଡେଟ କରୁଥିବାର ଖବର ସାମ୍ନାକୁ ଆସିଥିଲା, ସେତେବେଳେ ଜହିର ଅଭିନେତ୍ରୀଙ୍କଠାରୁ କେତେ ସଫଳ ସେ ପ୍ରଶ୍ନ ସମସ୍ତଙ୍କ ମନକୁ ଆସିଥିଲା। ତେବେ ଯଦି ଆମେ ଜହୀରଙ୍କ ମୋଟ ସମ୍ପତ୍ତି ଦେଖିବା ତେବେ ସେ ମୋଟ ୧-୨କୋଟିର ମାଲିକ ଅଟନ୍ତି। ଅନ୍ୟପକ୍ଷରେ ସୋନାକ୍ଷୀ ସିହ୍ନା ତାଙ୍କଠାରୁ ଢ଼େର ଅଧିକ କୋଟି ଟଙ୍କାର ମାଲିକାଣୀ ଅଟନ୍ତି। ଅଭିନେତ୍ରୀଙ୍କ ମୋଟ ସମ୍ପତ୍ତି ଦେଖିବାକୁ ଗଲେ ସେ ମୋଟ ୧୦୦କୋଟିର ମାଲିକାଣୀ ଅଟନ୍ତି।

ଜହିର ଫିଲ୍ମରେ ଏତେ ସକ୍ରିୟ ନଥିଲେ ବି ସେ ବିଭିନ୍ନ ବିଜ୍ଞାପନ ଓ ନିବେଶରୁ ଟଙ୍କା ଆୟ କରନ୍ତି। ଅନ୍ୟପକ୍ଷରେ ସୋନାକ୍ଷୀ ଫିଲ୍ମ ବ୍ୟତୀତ ବିଭିନ୍ନ ବିଜ୍ଞାପନ ଓ ନିବେଶରୁ ଟଙ୍କା ଆୟ କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe