କେଉଁ ନବାଗତା ନାୟିକା ଓଲିଉଡରେ ବାଜିମାତ୍‌ କରିଲେ ?

Advertisment
କେଉଁ ନବାଗତା ନାୟିକା ଓଲିଉଡରେ ବାଜିମାତ୍‌ କରିଲେ ?

ଭୁବନେଶ୍ୱର: ୨୦୧୮ର ସବୁଠାରୁ ଚର୍ଚ୍ଚିତ ନୂଆ ଓଡିଆ ନାୟିକା ହେଲେ ଦିବ୍ୟା। ତାଙ୍କୁ ସିନେମା ‘ସୁନ୍ଦରଗଡର ସଲମାନ୍‌ ଖାନ୍‌’ରେ ଦର୍ଶକ ପ୍ରଥମ ଥର ପାଇଁ ବଡ ପରଦାରେ ଭେଟିଥିଲେ । ସେ ଏହି ସିନେମାରେ ବାବୁସାନଙ୍କ ବିପକ୍ଷରେ ନାୟିକା ସାଜିଥିଲେ। ଏହି ନବାଗତା ନାୟିକା ଓଲିଉଡରେ ବାଜିମାତ୍‌ କରିଲେ ବୋଲି କୁହାଯାଇପାରେ । ଏଥରର ଆଉ ଜଣେ ନବାଗତା ନାୟିକାହେଲେ ଶିଶୁ କଳାକାରରୁ ନାୟିକା ବନିଥିବା ନିକିତା। ‘ଯୋଗୀ’ଫିଲ୍ମରେ ସେ ନାୟିକାଭାବେ ଡେବ୍ୟୁ କରିଥିଲେ। ଅପରପକ୍ଷରେ ଓଡ଼ିଆ ସିନେମା ‘ହାପି ଲକି’ରେ ନାୟକ ସମ୍ବିତଙ୍କ ବିପକ୍ଷରେ ଜଣେ ନବାଗତା ନଜର ଆସିଥିଲେ। ସେ ହେଲେ ସସ୍ମିତା।

publive-image
ଆକ୍‌ସନ୍‌ ମୁଭି ‘ଅଜାତଶତ୍ରୁ’ରେ ବି ଜଣେ ନୂଆ ନାୟିକାଙ୍କୁ ଦେଖିବାକୁ ମିଳିଛି। ସେ ହେଲେ ସାଧଭି ସିଂ । ‘ଅଜାତଶତ୍ରୁ’ରେ ତାଙ୍କୁ ଜଣେ ନବାଗତ ନାୟକଙ୍କ ଦେଖିବାକୁ ମିଳିଥିଲା ସେ ହେଲେ ସୋହମ୍‌ ସିଂହ। ଠିକ୍‌ ସେହିପରି ସସ୍‌ପେନ୍‌ସ ମୁଭି ‘ହତ୍ୟା’ରେ ବି ନବାଗତା ଅନେ୍ଵଷା ନଜର ଆସିଥିଲେ ନାୟିକା ଭୂମିକାରେ । ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରଯୋଜିତ ହତ୍ୟା ସିନେମାରେ ନବାଗତ ଅର୍ପଣ ନାୟକଙ୍କ ସହ ଭୂମିକା ନିଭାଇଥିଲେ ଅନେ୍ଵଷା।‘ମନର ମାନସୀ’ଜଣେ ନବାଗତା ସୋନାଲି ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ସେ ନବାଗତ ବିଭାସଙ୍କ ବିପକ୍ଷରେ ନଜର ଆସିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe