ଓଲିଉଡର ଏହିସବୁ ନୂଆ ନିର୍ଦ୍ଦେଶକଙ୍କୁ ଜାଣନ୍ତୁ

Advertisment
ଓଲିଉଡର ଏହିସବୁ ନୂଆ ନିର୍ଦ୍ଦେଶକଙ୍କୁ ଜାଣନ୍ତୁ

ଭୁବନେଶ୍ୱର: ଚଳିତ ବର୍ଷର ପ୍ରଥମ ଛଅ ମାସ ଭିତରେ ଯେଉଁ ସବୁ ଓଡ଼ିଆ ସିନେମା ରିଲିଜ୍‌ ହୋଇଛି, ସେଥିରେ କେତୋଟି ସିନେମାର ନିର୍ଦ୍ଦେଶନା ଦେଇଥିବା ବ୍ୟକ୍ତି ହେଉଛନ୍ତି ନୂଆ। ଆସନ୍ତୁ ଜାଣିବା କେଉଁ ନୂଆ ନିର୍ଦ୍ଦେଶକ ଓଲିଉଡରେ କ୍ୟାରିଅର୍‌ ଆରମ୍ଭ କରିଛନ୍ତି। ନୂଆ ନିର୍ଦ୍ଦେଶକ ନିରଞ୍ଜନ ବେହେରାଙ୍କର ମଧ୍ୟ ଏବର୍ଷ ଓଲିଉଡରେ ଏଣ୍ଟ୍ରି ହୋଇଛି। ତାଙ୍କ ନିର୍ଦ୍ଦେଶିତ ସିନେମା ହେଲା ‘ଯୋଗୀ’ ।

ବର୍ଷର ପ୍ରଥମ ନାଗତ ନିର୍ଦ୍ଦେଶକ ହେଲେ ସଚ୍ଚିଦାନନ୍ଦ ସାମଲ । ସେ ‘ମନର ମାନସୀ’ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ସେ ଏହାର କାହାଣୀ ଓ ଚିତ୍ରନାଟ୍ୟ ମଧ୍ୟ ରଚନା କରିଥିଲେ। ଅନ୍ୟପକ୍ଷରେ ସେହିପରି ଟେଲି ଦୁନିଆଁର ବରିଷ୍ଠ ନିର୍ଦ୍ଦେଶକ ଅରୁଣ ଦାସ ‘ଦୀପୁ ଦ ଡ୍ୟାନ୍‌ସ ବୟ’ ର ନିର୍ଦ୍ଦେଶନା ଦେଇ ବଡ଼ ପରଦାରେ ପ୍ରବେଶ କରିଛନ୍ତି ଏଥର।

publive-image

‘ଓଲେ ଓଲେ ଦିଲ୍‌ ବୋଲେ’ର ସିନେମା ମାଧ୍ୟମରେ ନବାଗତ ନିର୍ଦ୍ଦେଶକ କୈଳାସ ମହାପାତ୍ରଙ୍କର ପ୍ରବେଶ ଘଟିଛି ଓଲିଉଡରେ। ଠିକ୍‌ ସେହିପରି  ଅନ୍ୟପକ୍ଷରେ ‘ଲଭ ପ୍ରମିଜ୍‌’ସିନେମାର ନିର୍ଦ୍ଦେଶକ ସନ୍ତୋଷ ବି ଜଣେ ନବାଗତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe