ସବୁବେଳେ କିଛି ନୂଆ ରକମର ବିଷୟବସ୍ତୁକୁ ନେଇ ସିନେମା ନିର୍ମାଣ କରିବାର ପ୍ରୟାସ କରିଆସିଛନ୍ତି ଶିଶିର କୁମାର ସାହୁ ଓ ପିନାକୀ ସିଂହ। ଏ ଦୁହିଁଙ୍କ ଉଦ୍ୟମରେ ଏବେ ତିଆରି ହେଇଛି ନୂଆ ଫିଲ୍ମ ‘ମିଶିରି’। ଏହାର ପ୍ରଯୋଜନା କରିଛନ୍ତି ନିର୍ମଳ ଜୟସୱାଲ୍।
ପିନାକୀ ଜଣେ ଚିତ୍ରଶିଳ୍ପୀ, ଯାହାର ଜୀବନ କାହାଣୀ ବେଶ୍ ସଂଘର୍ଷମୟ। ତା’ ଜୀବନରେ ଜଣେ ଯୁବକ ଆସୁଛି, ତାକୁ ଭଲପାଉଛି, ସେ ମଧ୍ୟ ଉଚ୍ଚଶିକ୍ଷିତ ଏବଂ ଆଭିଜାତ୍ୟସମ୍ପନ୍ନ ପରିବାରର ପିଲା। ଏ ଦୁହେଁ ଏକାଠି ହେବାପରେ ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତିି। କାହାଣୀଟି ଏକ ଫିଚର ଫିଲ୍ମରେ ରୂପାନ୍ତର ହେଇଛି।
ଏହା ପୂର୍ବରୁ ଅପିସ କୁମାର ରାଉତ ପ୍ରଯୋଜିତ ଚଳଚ୍ଚିତ୍ର ‘ଚରିତ୍ର’ ଏବଂ ମଞ୍ଜରୀ ଟିଭି ନିବେଦିତ ‘ଡାଲଚିନି’ ଚଳଚ୍ଚିତ୍ରରେ ଉଭୟ ଶିଶିର ଓ ପିନାକୀ ନିର୍ଦ୍ଦେଶନା ଦେଇଛନ୍ତି। ଶିଶିର ଓ ପିନାକୀ ହେଉଛନ୍ତି ବିଜୁ ପଟ୍ଟନାୟକ ଫିଲ୍ମ ଇନ୍ଷ୍ଟିଚ୍ୟୁଟ୍ର ପୂର୍ବତନ ଛାତ୍ରଛାତ୍ରୀ।
Follow Us