Advertisment

ଅମ୍ଳାନ-ରୀୟା ଯୋଡ଼ିର ‘ଲାଗିଲା ରଙ୍ଗ ଗୋଲାପି ଗୋଲାପି’

Advertisment
ଅମ୍ଳାନ-ରୀୟା ଯୋଡ଼ିର ‘ଲାଗିଲା ରଙ୍ଗ ଗୋଲାପି ଗୋଲାପି’

ଭୁବନେଶ୍ବର: ଖୁବ୍ ଶୀଘ୍ର ବଡ଼ ପରଦାକୁ ଆସିବ ୨୦୧୪ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଗୋଲାପି ଗୋଲାପି’ର ସିକ୍ୟୁଏଲ୍। ଏହାର ଟାଇଟଲ ରହିଛି ‘ଲାଗିଲା ରଙ୍ଗ ଗୋଲାପି ଗୋଲାପି’।  ସୀତାରାମ ଅଗ୍ରଓ୍ବାଲ ଓ ନମିତା ଅଗ୍ରଓ୍ବାଲଙ୍କ ପ୍ରଯୋଜିତ ‘ଲାଗିଲା ରଙ୍ଗ ଗୋଲାପି ଗୋଲାପି’ର ନିର୍ଦେଶକ ହେଲେ ମୃତ୍ୟୁଞ୍ଜୟ ସାହୁ(ବାପି), ଯିଏ କି ଆଗରୁ ‘ବ୍ୟାଚେଲର୍’, ‘ଯିଏ ଯାହା କହୁ ମୋର ଢୋ’, ‘ଗୋଟେ ଶୁଆ ଗୋଟେ ଶାରୀ‘, ‘ଭୈରବ’, ‘ନାୟକର ନାଆଁ ଦେବଦାସ’, ଅଭିମାନ ଓ ତୁ ମୋର ଓକେ ଆଦିର ନିର୍ଦେଶନା ଦେଇଛନ୍ତି।‘ଲାଗିଲା ରଙ୍ଗ ଗୋଲାପି ଗୋଲାପି’ର ସଂଳାପକାର ହେଲେ ନିର୍ମଳ ନାୟକ। ଶ୍ରୀକାନ୍ତ ଗୌତମ ଏହାର ଗୀତିକାର ଓ ବୈଦ୍ୟନାଥ ଦାସ ସଙ୍ଗୀତକାର।

publive-image

ଏହି ସିନେମାରେ ପୁଣି ଥରେ ଅମ୍ଳାନ –ରୀୟାଙ୍କ ହଟ୍ ଯୋଡ଼ି ପରଦାରେ ନଜର ଆସିବେ। ଆଗରୁ ଏହି ଯୋଡ଼ି ‘ତୁ ମୋ ଦେହର ଛାଇ’, ‘ଗୋଲାପି ଗୋଲାପି’, ‘ପାଗଳ କରିଛୁ ତୁ’, ‘କଲେଜ୍ ଟାଇମ୍’ ଓ ‘ତୋର ଦିନେକୁ ମୋର ଦିନେ’ ଆଦି ଓଡ଼ିଆ ସିନେମାରେ ନଜର ଆସିଥିଲେ। ଏହି ଯୋଡ଼ିକୁ ପୁଣି ଦର୍ଶକ ପସନ୍ଦ କରୁଛନ୍ତି କି ନା, ତାହା ଦେଖିବାକୁ ବାକି ରହିଲା।

୨୦୧୪ରେ ରିଲିଜ୍ ହୋଇଥିବା ସୀତାରାମ ଅଗ୍ରଓ୍ବାଲଙ୍କ ପ୍ରଯୋଜିତ ତଥା ସୁଶାନ୍ତ ମଣିଙ୍କ ନିର୍ଦେଶିତ ଫିଲ୍ମ ‘ଗୋଲାପି ଗୋଲାପି’ରେ ଅମ୍ଳାନ, ରୀୟା ଦେ, ମିହିର ଦାସ ଓ ଅପରାଜିତା ପ୍ରମୁଖଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ବିକାଶ ଦାସ ଏଥିରେ ସ୍ବର ସଂଯୋଜନା କରିଥିଲେ। ଗୀତ ଓ ସଂଳାପ ଲେଖିଥିଲେ ଶ୍ରୀକାନ୍ତ ଗୌତମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe