୨୪ରୁ ଛକି ଶୂନ

Advertisment

ଜଣାଶୁଣା କାହାଣୀ ଓ ସଂଳାପକାର ମାନସ ପଢ଼ିଆରୀଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ‘ଛକି ଶୂନ’ର ସୁଟିଂ ଆଗାମୀ ୨୪ରୁ  ଆରମ୍ଭ ହେଉଛି। କଟକ, ଭୁବନେଶ୍ବର, ପୁରୀ ଓ ଢେଙ୍କାନାଳରେ ଏହି ଅନୁସନ୍ଧାନମୂଳକ....

ଜଣାଶୁଣା କାହାଣୀ ଓ ସଂଳାପକାର ମାନସ ପଢ଼ିଆରୀଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ‘ଛକି ଶୂନ’ର ସୁଟିଂ ଆଗାମୀ ୨୪ରୁ  ଆରମ୍ଭ ହେଉଛି। କଟକ, ଭୁବନେଶ୍ବର, ପୁରୀ ଓ ଢେଙ୍କାନାଳରେ ଏହି ଅନୁସନ୍ଧାନମୂଳକ....

anubahv

Photograph: (Votesmart)

ଜଣାଶୁଣା କାହାଣୀ ଓ ସଂଳାପକାର ମାନସ ପଢ଼ିଆରୀଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ‘ଛକି ଶୂନ’ର ସୁଟିଂ ଆଗାମୀ ୨୪ରୁ  ଆରମ୍ଭ ହେଉଛି। କଟକ, ଭୁବନେଶ୍ବର, ପୁରୀ ଓ ଢେଙ୍କାନାଳରେ ଏହି ଅନୁସନ୍ଧାନମୂଳକ ଥ୍ରିଲର୍‌ର ସୁଟିଂ କରାଯିବ ବୋଲି ନିର୍ଦ୍ଦେଶକ ପଢ଼ିଆରୀ ସୂଚନା ଦେଇଛନ୍ତି। ଏହି ସିନେମାରେ ସୁପରଷ୍ଟାର୍ ଅନୁଭବ ମହାନ୍ତି ମୁଖ୍ୟ ଚରିତ୍ରରେ ଥିବା ବେଳେ ତାଙ୍କ ସହ ଅନ୍ୟ ପ୍ରମୁଖ ଚରିତ୍ରରେ ସମ୍ଭାବନା ମହାନ୍ତି, ଅଭିଷେକ ପଣ୍ଡା, ଦିବ୍ୟା, ଉଦିତ ଗୁରୁ, ଚୌଧୁରୀ ଜୟପ୍ରକାଶ ଦାସ, ସନ୍ତୁ, ଶ୍ରେୟାଂଶୀ ଓ ଭକ୍ତି ଅଭିନୟ କରୁଛନ୍ତି।

ନବୀନ ଭଣ୍ଡାରୀ ଓ ଜାଗୃତି ଏ. ମହାନ୍ତି ଏହାର ପ୍ରଯୋଜନାରେ ଅଛନ୍ତି। ଆମର ମ୍ୟୁଜିକ୍ ଓ ଟୁ ନାଇନ୍ ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ହେଉଥିବା ‘ଛକି ଶୂନ’ର ସିନେମାଟୋଗ୍ରାଫର୍ ହେଲେ ଦୀପକ କୁମାର। ରଶ୍ମିରଂଜନ ଦାସ ଏହାର ଏଡିଟିଂ ଦାୟିତ୍ବରେ ଥିବା ବେଳେ ଶକ୍ତିସ୍ବରୂପ ଦ୍ବିବେଦୀ ସାଉଣ୍ଡ ଡିଜାଇନର୍। ସ୍ମୃତି ଆର୍ ଏଥିରେ ସହ-ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି। ଏସ୍ ଏମ୍ ଏଣ୍ଟରଟେନ୍‌ମେଣ୍ଟର ଶୁଭମ୍‌ ମହାନ୍ତି ସହ-ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe