ମହାରାଷ୍ଟ୍ରରେ କରୋନାର ଦ୍ବିତୀୟ ଲହରି ଆରମ୍ଭ ହୋଇସାରିଥିବା ବେଳେ ସଂକ୍ରମଣ ହାର ବର୍ତ୍ତମାନ ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ସପ୍ତାହନ୍ତ ଲକ୍ଡାଉନ୍ ଜାରି କରିଥିବା ବେଳେ ଆଜି ଫେଡରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍(ଏଫ୍ଡବ୍ଲୁଆଇସିଇ) ପକ୍ଷରୁ ସୁଟିଂକୁ ନେଇ ନୂଆ ମାର୍ଗଦର୍ଶିକା ଜାରି ହୋଇଛି। ଏଫ୍ଡବ୍ଲୁଆଇସିଇର ସାଧାରଣ ସମ୍ପାଦକ ଅଶୋକ ଦୁବେ ନୂତନ ନିୟମାବଳୀକୁ ନେଇ କହିଛନ୍ତି, ଭିଡ଼ ସୃଷ୍ଟି କରୁଥିବା ସୁଟିଂ ତଥା ବହୁସଂଖ୍ୟାରେ ଲୋକଙ୍କୁ ନେଇ ହେଉଥିବା ନାଚର ସୁଟିଂକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ସୁଟିଂ ସେଟ୍ରେ ଅଭିନୟ ବେଳେ କ୍ୟାମେରା ପଛର ସମସ୍ତ ଲୋକ ଏବଂ ଅଭିନୟ ପରେ ଟିମ୍ ସଦସ୍ୟ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ। ଏହାକୁ ବ୍ୟତିକ୍ରମ କରୁଥିବା ସମସ୍ତ ସୁଟିଂ ସଂସ୍ଥା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
ସୁଟିଂକୁ ନେଇ ନୂଆ ମାର୍ଗଦର୍ଶିକା
Advertisment
Follow Us