ଏହି ନବାଗତଙ୍କ ନାୟିକା ବନିଛନ୍ତି କୋଏଲ୍‌

Advertisment
ଏହି ନବାଗତଙ୍କ ନାୟିକା ବନିଛନ୍ତି କୋଏଲ୍‌

ଭୁବନେଶ୍ୱର : ‘ତୁ ଥା’ ମୁଁ ଯାଉଛି ରୁଷି’ ସିନେମା ଓଲିଉଡରେ କ୍ୟାରିଅର୍‌ ଆରମ୍ଭ କରିଥିଲେ କୋଏଲ୍‌ ବାନାର୍ଜୀ। । ଏଥିରେ ଆଗ ଧାଡିର ଷ୍ଟାର୍‌ ଅରିନ୍ଦମ୍‌ ଥିଲେ କୋଏଲଙ୍କ ନାୟକ। ଏହାର ନିର୍ଦ୍ଦେଶକ ହେଲେ ଶ୍ରୀତମ୍‌ ଦାସ। ଅନାମ ଚରଣ ସାହୁଙ୍କ ପ୍ରଯୋଜିତ ତଥା ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ମନ ମୋର ପ୍ରଜାପତି ରେ ନବାଗତା ନାୟକ ଦୀପକଙ୍କ ବିପକ୍ଷରେ ନାୟିକା ବନିଥିଲେ କୋଏଲ୍‌ । ଏହି ପ୍ରେମକାହାଣୀ ଭିତ୍ତିକ ଓଡ଼ିଆ ଛବିରେ ଦୀପକ-କୋଏଲଙ୍କ ଯୋଡ଼ି ମଧ୍ୟ ଜମି ଯାଇଥିଲା

publive-image
ଏହାପରେ କୋଏଲ ଆଉ ଜଣେ ନବାଗତ ନାୟକଙ୍କ ସହ ଦେଖିବାକୁ ମିଳିଛି। କୋଏଲ ବାନାର୍ଜୀଙ୍କ ଏକ ଓଡ଼ିଆ ସିନେମାର ଟାଇଟଲ ହେଲା ‘ ଦୀପୁ ଦ ଡ୍ୟାନ୍ସ ବୟ’ । ଏହି ଫିଲ୍ମରେ ପୁଣି ନବାଗତ ନାୟକଙ୍କ ବିପକ୍ଷରେ ଦେଖା ଦେଇଥିଲେ କୋଏଲ୍‌ । ଏହି ନୂଆ ନାୟକ ଜଣକ ହେଲେ ମନୋଜ ରାଉତ । ଏଥିରେ କୋଏଲଙ୍କୁ ଦର୍ଶକ ସଂପୂର୍ଣ୍ଣ ଏକ ନୂଆ ଚରିତ୍ରରେ ଦେଖିବାକୁ ପାଇଥିଲେ । ଏହି ସିନେମାରେ ମନୋଜ ରାଉତଙ୍କ ଅଭିନୀତ ଚରିତ୍ରଟି ହେଲା ଜଣେ ଛଉ ନୃତ୍ୟ ଶିଳ୍ପୀର । କହିବା ବାହୁଲ୍ୟ ଯେ ‘ ଦୀପୁ-ଦ ଡ୍ୟାନ୍ସ ବୟ ’ ର କଥାବସ୍ତୁ ଛଉ ନୃତ୍ୟ ଉପରେ ଆଧାରିତ । ଏହି ଫିଲ୍ମରେ କୋଏଲ ଓ ମନୋଜଙ୍କ ବ୍ୟତୀତ ଅଜିତ୍‌ ଦାସ, ମୀନକେତନ, ଚୌଧୁରୀ ବିକାଶ ଦାସ ଓ ବବି ମିଶ୍ର ପ୍ରମୁଖ ମଧ୍ୟ ଥିଲେ ଗୁରୁତ୍ୱପୂଣ୍ଣ ଭୂମିକାରେ । ମନୋଜ ରାଉତ ଏହି ଫିଲ୍ମର ପ୍ରଯୋଜକ ଓ ଭେଟେରାନ୍‌ ଅରୁଣ ଦାସ ଏହାର ନିର୍ଦ୍ଦେଶକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe