ବଡ଼ ପରଦାକୁ ଏ ବର୍ଷ ଆସିବେ ନୂଆ ନାୟକ ଓମ୍!

Advertisment
ବଡ଼ ପରଦାକୁ ଏ ବର୍ଷ ଆସିବେ ନୂଆ ନାୟକ ଓମ୍!

ଭୁବନେଶ୍ବର: ଏ ବର୍ଷ ବଡ଼ ପରଦାକୁ ଆସିପାରନ୍ତି ନୂଆ ନାୟକ ଓମ୍। ତାଙ୍କ ଅଭିନୀତ ଦୁଇ ଦୁଇଟି ସିନେମା ରିଲିଜ୍ ହେବ ହେବ ବୋଲି ପରଦାକୁ ଆସି ପାରୁ ନାହିଁ। ହେଲେ ଏ ବର୍ଷ ତାଙ୍କର ଦୁଇଟି ଓଡ଼ିଆ ସିନେମା ମୁକ୍ତିଲାଭ କରିପାରେ ବୋଲି କୁହାଯାଉଛି। ସେ ଏଦୁଇ ସିନେମାକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି। ଏଦୁଇଟି ସିନେମା ମୁକ୍ତିଲାଭ କଲେ ସେ ଅନ୍ୟ ସିନେମାରେ କାମ କରିବେ ବୋଲି ଆଶା ରଖିଛନ୍ତି।

ଓମଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଛବି ହେଲା ‘ଇଶ୍କଓ୍ଵାଲା ଲଭ୍’। ଏଥିରେ ଓମଙ୍କ ବିପକ୍ଷରେ ଅଙ୍କିତା ନାୟିକା ଭୂମିକାରେ ଅଭିନୟ କରିଥିଲେ। ଅଙ୍କିତାଙ୍କୁ ଦର୍ଶକ ପ୍ରଥମେ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ୍ -କମେଡି ଡ୍ରାମା ଫିଲ୍ମ ‘ମିଠା ମିଠା’ରେ ଦେଖିବାକୁ ପାଇଥିଲେ। ଏହାପରେ ନିମାଇଁ ଓଝାଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ମନ ଖାଲି ତତେ ଚାହେଁ’ରେ ଦେଖିବାକୁ ପାଇଥିଲେ। ପ୍ରଥମ ଫିଲ୍ମରେ ଅଙ୍କିତାଙ୍କୁ ପାଇଥିଲେ ନାୟିକାଭାବେ।
ତାଙ୍କ ଅଭିନୀତ ଦ୍ୱିତୀୟ ସିନେମାର ଟାଇଟଲ୍ ହେଲା ‘ହଣ୍ଡ୍ରେଡ୍ ପରସେଣ୍ଟ୍ ଲଭ୍’। ଏହି ଫିଲ୍ମରେ ତାଙ୍କର ନାୟିକା ହେଲେ ଅଙ୍କିତା ଭୌମିକ। ସେ ଏସ୍.କେ.ମୁରଲୀଧରନଙ୍କ ନିର୍ଦ୍ଦେଶିତ ‘ଜଷ୍ଟ ମୋହବତ୍’ ରେ ଆଗରୁ ନଜର ଆସିଥିଲେ।publive-image
‘ହଣ୍ଡ୍ରେସ୍ ପରସେଣ୍ଟ୍ ଲଭ୍’ ହେଉଛି ନାୟିକା ଭାବେ ଅଙ୍କିତା ଭୌମିକଙ୍କର ପ୍ରଥମ ଓଡ଼ିଆ ସିନେମା। ‘ଇଶ୍କଓ୍ଵାଲା ଲଭ୍’ ଓ ‘ହଣ୍ଡ୍ରେସ୍ ପରସେଣ୍ଟ୍ ଲଭ୍’ର ନିର୍ଦ୍ଦେଶକ ହେଲେ ଲୋକପ୍ରିୟ ଆଲବମ୍ ଡାଇରେକ୍ଟର ଲୁବୁନ୍ -ଟୁବୁନ୍। କେଉଁ ଅଙ୍କିତାଙ୍କ ସହ ଓମଙ୍କ ଯୋଡ଼ି ଜମୁଛି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe