ପ୍ରଥମେ ଭଉଣୀ, ପରେ ନାୟିକା ବନିଛନ୍ତି ଓଲିଉଡର ଏହି ନୂଆ ବଗୁଲୀ

ପ୍ରଥମେ ଭଉଣୀ, ପରେ ନାୟିକା ବନିଛନ୍ତି ଓଲିଉଡର ଏହି ନୂଆ ବଗୁଲୀ

ଭୁବନେଶ୍ବର: ଓଲିଉଡର ଜଣେ ନୂଆ ବଗୁଲୀ ହେଲେ  ଲିପିକା ସେନାପତି। ଘର ତାଙ୍କର କଟକରେ। ସେ ପ୍ରଥମେ ‘ଇଶ୍କ ପୁଣି ଥରେ’ରେ ଅରିନ୍ଦମ ଓ ଏଲିନାଙ୍କ ସହ ଅଭିନୟ କରିଥିଲେ। ହେଲେ ସେଥିରେ ଲିପିକାଙ୍କୁ ଭଉଣୀ ଭୂମିକାରେ ଦେଖିବାକୁ ମିଳିଥିଲା। ଏହାପରେ ସେ ଟେଲି ଫିଲ୍ମ ‘ ଟ୍ବିଷ୍ଟବାଲା ଲଭ୍ ଷ୍ଟୋରି’ରେ ଅବଶ୍ୟ ନାୟିକା ଭାବେ ନଜର ଆସିଥିଲେ।

ନିକଟରେ ତାଙ୍କୁ ତରଙ୍ଗ ସିନେ ପ୍ରଡକସନ୍ସର ଫିଲ୍ମ ‘ମୂଷା ମୋର ରଜନୀକାନ୍ତ’ରେ ନାୟିକା ଭାବେ ଦେଖିବାକୁ ମିଳିଥିଲା। ଏଥିରେ ସେ ନବାଗତ ଅଭିଜତଙ୍କ ବିପକ୍ଷରେ ନଜର ଆସିଥିଲେ। ଏହି ସିନେମାରେ ଖୁବ୍ ଭଲ ଅଭିନୟ କରି ଚର୍ଚ୍ଚା ସାଉଁଟିଛନ୍ତି ଲିପିକା।

ଏଣେ ଲିପିକା ସେନାପତିଙ୍କର ଏକ ସିନେମା ଏଯାଏଁ ରିଲିଜ୍ ହୋଇନାହିଁ।  ଏହି ନୂଆ ଓଡ଼ିଆ ସିନେମାର ନାଆଁ ହେଲା  ‘ପ୍ରେମ ଏଟିଏମ୍‌’। ଏଥିରେ ଲିପିକାଙ୍କ ନାୟକ ହେଲେ ପ୍ରଦୀପ। ପ୍ରଦୀପ ଇତି ମଧ୍ୟରେ ଦୁଇଟି ଓଡ଼ିଆ ସିନେମା ‘କିଏ ଦବ ଟକ୍କର’ ଓ ‘ବୋବାଲ୍‌ ଟୋକା’ରେ ନାୟକ ଭାବେ ଅଭିନୟ କରିସାରିଛନ୍ତି।

ଅପରପକ୍ଷରେ ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’, ‘ତୁ କହିଦେ ଆଇ ଲଭ୍ ୟୁ’, ‘ମିଷ୍ଟର ମଜନୁ’ ଏବଂ ବାଳ –ଦ ରିଦିମ୍ ଅଫ୍ ଲଭ୍’ ଆଦି ଓଡ଼ିଆ ସିନେମାର ନାୟିକା ଦିବ୍ୟାଦିଶାଙ୍କୁ ବି ଏଥିରେ ଦେଖିବାକୁ ମିଳିବ। ‘ପ୍ରେମ ଏଟିଏମ୍‌’ର ନିର୍ଦେଶକ ହେଲେ ସୁଧାଂଶୁ ମୋହନ ସାହୁ।  ‘ପ୍ରେମ ଏଟିଏମ୍‌’ଏକ ରୋମାଣ୍ଟିକ-କମେଡି ବୋଲି କୁହାଯାଉଛି। ଏହି ଫିଲ୍ମର ନିର୍ମାଣ କରୁଛନ୍ତି ନବନୀତ ମିଶ୍ର।  ଏହି ସିନେମାର ରିଲିଜକୁ ଅପେକ୍ଷାରେ ଅଛନ୍ତି ଲିପିକା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe