ନୂଆ ଇନିଂସ୍‌ ଆରମ୍ଭ କଲେ ଓଲିଉଡର ଅନ୍ୟତମ ଷ୍ଟାର ସନ୍‌ ଅମ୍ଳାନ

ନୂଆ ଇନିଂସ୍‌ ଆରମ୍ଭ କଲେ ଓଲିଉଡର ଅନ୍ୟତମ ଷ୍ଟାର ସନ୍‌ ଅମ୍ଳାନ

ଭୁବନେଶ୍ୱର: ଓଲିଉଡର ଅନ୍ୟତମ ଷ୍ଟାର ସନ୍‌ ଅମ୍ଳାନ ଗତ ବର୍ଷେ ହେବ ଟିକେ ଧିମେଇ ଯାଇଛନ୍ତି। ସେ ଏବେ ପୁଣି ଓଲିଉଡରେ ବେଶ ସକ୍ରିୟ ହୋଇଉଠିଛନ୍ତି। ଜଣାଶୁଣା ଅଭିନେତା ମିହିର ଦାସଙ୍କ ପୁଅ ଅମ୍ଳାନ ଏବେ ଦୁଇଟି ନୂଆ ଓଡ଼ିଆ ସିନେମାରେ କାମ କରୁଛନ୍ତି।ଏଥିମଧ୍ୟରୁ ଗୋଟିଏ ହେଲା ‘ଫ୍ରମ୍‌ ମି ଟୁ ୟୁ’।

ଏହାଛଡ଼ା ଅମ୍ଳାନ ଜଣାଶୁଣା ନାୟିକା ଅନୁଭାଙ୍କ ସହ ଦ୍ୱିତୀୟ ଥର ପାଇଁ ପୁଣି ଏକାଠି ହୋଇଛନ୍ତି।ଅମ୍ଳାନ-ଅନୁଭା ଯୋଡିକୁ ଦର୍ଶକ ଭେଟିବେ,ତାହାର ନିର୍ଦ୍ଦେଶନା ଦେଉଛନ୍ତି ଚିତ୍ତରଂଜନ ତ୍ରିପାଠୀ। ଚିତ୍ତରଂଜନ ତ୍ରିପାଠୀଙ୍କର ଏହା ପ୍ରଥମ ସିନେମା ନୁହେଁ। ଆଗରୁ ସେ ’ଧଉଳି ଏକ୍ସପ୍ରେସ୍‌’ଓ ‘ମୁଖ୍ୟମନ୍ତ୍ରୀ’ ଶୀର୍ଷକରେ ଦୁଇଟି ଓଡ଼ିଆ ସିନେମାରେ ନିର୍ଦ୍ଦେଶନା ଦେଇଥିଲେ। ଖୁବ୍‌ଶୀଘ୍ର ଏହି ଓଡ଼ିଆ ସିନେମାର ଟାଇଟଲ୍‌ ଘୋଷଣା ହେବ ବୋଲି କୁହାଯାୁଛି। ପୂର୍ବ ଦୁଇଟି ସିନେମା ଭଳି ଏଥର ବି ଚିତ୍ତରଂଜନ ତ୍ରିପାଠୀ ତାଙ୍କ ତୃତୀୟ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

publive-image

ସେ ଦୁହେଁ ଏହା ପୂର୍ବରୁ ବିନି ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ବଜରଙ୍ଗୀ’ରେ ଏକାଠି କାମ କରିଥିଲେ। ଯେଉଁ ନୂଆ ଓଡ଼ିଆ ସିନେମାରେ ‘ବଜରଙ୍ଗୀ’ରେ ଅମ୍ଳାନ-ଅନୁଭାଙ୍କ ଯୋଡ଼ିକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଅମ୍ଳାନଙ୍କ ଏହି ନୂଆ ଇନିଂସ୍‌ କେତେ ସଫଳ ହେଉଛି, ତାହା ଫିଲ୍ମ ଦୁଇଟି ରିଲିଜ୍‌ ହେବାପରେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe