ଏହି ଓଲିଉଡ୍‌ ନାୟକ କହୁଛନ୍ତି ‘ଚାହିଁଥିବି ତତେ ହଜାରେ ବରଷ’

Advertisment
ଏହି ଓଲିଉଡ୍‌ ନାୟକ କହୁଛନ୍ତି ‘ଚାହିଁଥିବି ତତେ ହଜାରେ ବରଷ’

ଭୁବନେଶ୍ୱର: ଓଲିଉଡରେ ଜଣେ ଅଳ୍ପ ପରିଚିତ ନାୟକ ଅଛନ୍ତି। ଏହି ନାୟକଙ୍କ ନାଆଁ ହେଲା ଶୁଭମ୍‌ ନାୟକ। ଶୁଭମଙ୍କୁ ଦର୍ଶକ ଆଗରୁ ୨୦୧୬ରେ ମୁକ୍ତିଲାଭ କରିଥିବା ଏକ ଓଡିଆ ସିନେମାରେ ଦେଖିବାକୁ ପାଇଛନ୍ତି।ଏହି ସିନେମା ହେଲା ‘ପ୍ରେମର ନିଶା ନିଆରା ନିଆରା’।
‘ପ୍ରେମର ନିଶା ନିଆରା ନିଆରା’ ସିନେମାରେ ଶୁଭମଙ୍କ ସହିତ ଜୀନା,ଝାନ୍‌ସୀ ଓ ମନୋଜ ମିଶ୍ର ପ୍ରମୁଖ ଅଭିନୟ କରିଥିଲେ। ଫିଲ୍ମଟି ଆକ୍‌ସନ୍‌ ଭିତ୍ତିକ ରୋମାଣ୍ଟିକ୍‌ ମୁଭି ଥିଲା। ଏହାର ନିର୍ଦ୍ଦେଶନା ଦେଇଥିଲେ ସରୋଜ କାନ୍ତ ଓ ପ୍ରଯୋଜନା କରିଥିଲେ ଭାରତୀ ନାୟକ। ସୌମିତ୍ରୀ ପଲାଇ ଓ ଶୈଳେନ୍ଦ୍ର ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

‘ପ୍ରେମର ନିଶା ନିଆରା ନିଆରା’ପରେ ପୁଣି ଶୁଭମ୍‌ ଏକ ନୂଆ ଓଡିଆ ସିନେମାରେ ନାୟକ ଭୂମିକାରେ ଆସୁଛନ୍ତି। ଏହି ଫିଲ୍ମର ଟାଇଟଲ୍‌ ହେଲା ‘ଚାହିଁଥିବି ତତେ ହଜାରେ ବରଷ’। ଏଥିରେ ଶୁଭମଙ୍କ ବିପକ୍ଷରେ ଦୁଇଜଣ ନାୟିକା ଅଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ହେଲେ ସୁଶ୍ରୀ ଓ ଅନ୍ୟ ଜଣକ ଝାନ୍‌ସୀ।
ସୁଶ୍ରୀ ଆଗରୁ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ହେଲୋ’ସିନେମାରେ ଡେବ୍ୟୁ କରିଥିଲେ। ତା’ପରେ ସେ ଅନ୍ୟଏକ ଫିଲ୍ମ ‘ଡାର୍ଲିଂ’ରେ କାମ କରୁଛନ୍ତି,ଯେଉଁଥିରେ ତାଙ୍କର ନାୟକ ଭୂମିକାରେ ଅଛନ୍ତି ନବାଗତ ବରଦା ପ୍ରସନ୍ନ ଜେନା। ଏହାର ନିର୍ଦ୍ଦେଶକ ହେଲେ ମନୋରଂଜନ ପାଲ୍‌।

publive-image

ଅନ୍ୟପକ୍ଷରେ ଝାନ୍‌ସୀଙ୍କୁ ଦର୍ଶକ ପୂର୍ବରୁ ‘ପ୍ରେମର ନିଶା ନିଆରା ନିଆରା’ ‘ଗୁଣ୍ଡା’ ଓ ‘ମୁଁ ଗୋଟେ ଦୁଷ୍ଟପିଲା’ ଆଦି ସିନେମାରେ ଦେଖିଛନ୍ତି।
‘ଚାହିଁଥିବି ତତେ ହଜାରେ ବରଷ’ରେ ମିହିର ଦାସ,ସଲିଲ ମିତ୍ର ଓ ଯୋଗେଶ ଜୋଜୋ ପ୍ରମୁଖ ମଧ୍ୟ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ସୌମିତ୍ରୀ ପଲାଇ ଓ ଶୈଳେନ୍ଦ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe